ତାମ୍ପରାଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା…

add-all

ଛତ୍ରପୁର : ଛତ୍ରପୁର ନିକଟ ତାମ୍ପରା ହ୍ରଦଠାରେ ହୁମୁରୀ ଅଂଚଳର ଜନସାଧାରଣଙ୍କ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଟିପିଏସଓଡିଏଲ ର ସିନିୟର ଜେନେରାଲ ମ୍ୟାନେଜର (ବ୍ରହ୍ମପୁର) ପ୍ରମୋଦ କୁମାର ଚୌଧୂରୀ ନିଜ ଚାକିରିରୁ ଅବସର ନେଇଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାମ୍ପରାର ଉନ୍ନତି ଓ ବିଦ୍ୟୁତ ସଂଯୋଗରେ ତାଙ୍କ ଗୁରୁତ୍ୱପୁର୍ଣ୍ଣ ଅବଦାନ ରହିଥିବାରୁ ଅଂଚଳବାସୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ସାମାଜିକ କର୍ମୀ କାଳୁ ଚରଣ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପଲାଇ, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ସଦାଶିବ ସାହୁ, ପୋଡାପଦର ସରପଂଚଙ୍କ ପ୍ରତିନିଧି ବଚନ ଦାସ, ଶିକ୍ଷକ କେ. ସୁନୀଲ ରାଓଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.