ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

add-all

ହିଞ୍ଜିଳିକାଟୁ (୨।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ପଟ୍ଟନାୟକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଟି ଶିକ୍ଷାଧିକାରୀ ଏସ ଗିରିଧର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ବିଆରସିସି ସୁଶିଲ କୁମାର ପାତ୍ର, ଏବିଈଓ ଲୋପାମୁଦ୍ରା ସାମଲ, ଅବସରପ୍ରାପ୍ତ ଶିକ୍ଷକ ଆଇ ଊଷିଆ, ଯୋଗଦେଇଥିଲେ। ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀମତୀ ପଟ୍ଟନାୟକ ଙ୍କୁ ମାନପତ୍ର ସହ ଔପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଅଖିଳ କୁମାର ପଣ୍ଡା ଶିକ୍ଷୟତ୍ରୀ ସୌଦାମିନୀ ସାହୁ ପରିଚାଳନା କରିଥିବା ଵେଳେ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.