ଡ୍ୟାନ୍ସ ଏକାଡେମୀ ଫୁଲବାଣୀର ରଜ ପର୍ବ ପ୍ରସ୍ତୁତି ବୈଠକ

add-all

ଫୁଲବାଣୀ:ଡ୍ୟାନ୍ସ ଏକାଡେମୀ ଫୁଲବାଣୀର ସଭାପତି ଭାଗବତ ବେହେରାଙ୍କ ସଭାପତିତ୍ୱ ରେ ଆସନ୍ତା ରଜପର୍ବ ୨୦୨୩ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଏକାଡେମୀର କାର୍ଯ୍ୟକର୍ତ୍ତା ଅଭିଭାବକ ଅଭିଭାବିକାଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଏକାଡେମୀର ଆଇନ ପରାମର୍ଶଦାତା ତଥା ଆଇନଜୀବି ସତ୍ୟ ନାରାୟଣ ବେହେରା, ଉପଦେଷ୍ଟା ସଦାଶିବ ପାତ୍ର, କାର୍ଯ୍ୟକ୍ରମ ସମ୍ପାଦକ ଦେବାଶିଷ ମିଶ୍ର,ସାଂସ୍କୃତିକ ସମ୍ପାଦିକା ସ୍ବର୍ଣ୍ଣ ପ୍ରଭା ତ୍ରିପାଠୀ ଏବଂ ପରିଚାଳନା ମୁଖ୍ୟ ସମ୍ପାଦକ ସରୋଜ କୁମାର ପାତ୍ର ଉପସ୍ଥିତ ଥିବା ବେଳେ ଅତିଥି ଭାବେ ଜିଲ୍ଲା ଦୌରା ଜଜ ପିପି ରଶ୍ମିତା ମହାପାତ୍ର ଯୋଗ ଦେଇଥିଲେ l ନୃତ୍ୟ ଶିକ୍ଷୟତ୍ରୀ ସୁମନ ଓ ଲିସା ଙ୍କ ଉପସ୍ଥିତରେ ଏହି ବୈଠକ ସର୍ବ ସମ୍ମତି କ୍ରମେ ଆଗାମୀ ରଜପର୍ବ ଗତବର୍ଷ ପରି ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ ପତ୍ର ଦିଆଯିବାକୁ ନିଷ୍ପତ୍ତି କରାଗଲା l ଯଦି ଡ୍ୟାନ୍ସ ଏକାଡେମୀ ଅନୁରୋଧ ରକ୍ଷା କରି ଅନୁଦାନ ପ୍ରଦାନ କରନ୍ତି ରଜପର୍ବ ଦୁଇଦିନ ପାଳନ କରାଯାଇ ନୃତ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯିବା ସହିତ ଜିଲ୍ଲାର ଅନ୍ୟ ଅନୁଷ୍ଠାନକୁ ମଧ୍ୟ ସୁଯୋଗ ଦିଆଯିବ l ଏଥିସହିତ ସିନେ ତାରକା, ରାଜନେତା ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିକୁ ନିମନ୍ତ୍ରଣ କରାଯିବାକୁ ସହମତି ପ୍ରକାଶ ପାଇଥିଲା l ଉକ୍ତ ବୈଠକରେ ପୀତବାସ ପ୍ରଧାନ, ଚକ୍ରଧର ମହାରଣା, ପ୍ରିୟମ୍ବଦା ତ୍ରିପାଠୀଙ୍କ ସମେତ ବହୁ ସଂଖ୍ୟକ ଡ଼୍ୟାନ୍ସ ଏକାଡେମୀ ସହ ଜଡିତ କଳାକାର ପ୍ରେମୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରାଯିବାକୁ ପ୍ରସ୍ତାବ ଦେଇଥିଲେ l ଶେଷରେ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.