ଠକେଇ ମାମଲାରେ ଜେଏମଏଫସି କୋର୍ଟ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ

add-all

ବ୍ରହ୍ମପୁର : ଗୋଳନ୍ଥରା ଥାନାରେ ୪ଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁ ରେ ଲକ୍ଷଧିକ ଟଙ୍କା ଠକି ଥିବା ନେଇ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନାମରେ ୫ଟି, ପୂର୍ବତନ ଆଇ ଏଫ ଏସ ଅଧିକାରୀ ଅଭୟକାନ୍ତ ପାଠକ ନାମରେ ୨ଟି ଏବଂ ଆକାଶ ପାଠକ ନାମରେ ୩ଟି ମାମଲା ରୁଜୁ ହୋଇଥିଲା। ଅନ୍ୟ ଗୋଟିଏ ମାମଲାରେ ଚାର୍ଜ ଫ୍ରେମ ରହିଥିଲା।ତେବେ ସମସ୍ତ ମାମଲାରେ ହାଇକୋର୍ଟ ଠାରୁ ଜାମିନ ମିଳିଛି। ଆଜି ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତ ପାଠକ, ଏବଂ ଆକାଶ ପାଠକମାନ୍ୟବର ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ।ଗୋଟିଏ ମାମଲାର ଖାରଜ କରିବା ପାଇଁ ତାଙ୍କ ଓକିଲ ଦୀପକ କୁମାର ପଟ୍ଟନାୟକ ମାନ୍ୟବର କୋର୍ଟକୁ ନିବେଦନ କରିଥିଲେ।ଆସନ୍ତା ୧୦ ତାରିଖରେ ଏହାର ଶୁଣାଣି ହୋଇପାରେ ବୋଲି ଆଇନଜୀବୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।।

ad-week
Leave A Reply

Your email address will not be published.