
ମାଲକାନଗିରି (୩।୫) : ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ୍ଭି୪୯ ଗ୍ରାମର ହର କୁମାର କର୍ମକାରଙ୍କ ଝିଅ ସ୍ୱପ୍ନା କର୍ମକାର ସାତ ଦିନ ପୁର୍ବେ ବେକରେ ଦଉଡି ଦେଇ ଏକ ଆମ୍ବ ଗଛରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାର ଖବର ପାଇ ଏମ୍ଭି୪୯ ଗ୍ରାମର ଗ୍ରାମବାସୀ ମୃତ ଝିଅଟିକୁ ଗ୍ରାମର ମଶାଣୀକୁ ନେଇ ଶେଷ କୃତ୍ୟ ସମ୍ପାଦନା କରିଥିଲେ । ତେବେ ଏହି ଘଟଣାର କୌଣସି ଏକ ସୂତ୍ରରୁ ଖବର ପାଇ ଜିଲ୍ଲାର ମାନବ ଅଧିକାର କର୍ମୀ ମାନେ ଏମ୍ଭି୪୯ ଗ୍ରାମରେ ପହଞ୍ଚି ପରିବାର ବର୍ଗଙ୍କ ସହ କଥା ହୋଇଥିଲେ । ଯାହାକୁ ନେଇ ମାନବ ଅଧିକାର କର୍ମୀ ମାନେ ଏମ୍ଭି୪୯ ଗ୍ରାମର ଗ୍ରାମବାସୀଙ୍କୁ ଡାକି ପୋଲିସକୁ ନ ଜଣାଇ କାହିଁକି ମୃତ ଝିଅଟିର ଶବ କୁ ଅନ୍ତିମ ଶସ୍କାର କଲ ବୋଲି ପ୍ରଶ୍ନ କରିବା ସହ ମାନବ ଅଧିକାର କର୍ମି ମାନଙ୍କ ସହାୟତାରେ ମୃତ ସ୍ୱପ୍ନାଙ୍କ ପରିବାର ଆଜି ଏମଭି୪୯ ଗ୍ରାମର ଗ୍ରାମବାସୀଙ୍କ ନାମରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ତେବେ ଗ୍ରାମବାସୀ ମାନେ ମୃତ ଝିଅ ସ୍ୱପ୍ନାର ପରିବାର ଗରିବ ହୋଇଥିବା ବେଳେ ଆମେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଝିଅଟିର ଶବକୁ ଅନ୍ତିମ କ୍ରିୟା ସମ୍ପାଦନା କରିଥିଲୁ କିନ୍ତୁ ମାନବ ଅଧିକାର କର୍ମୀ ମାନେ ଆମକୁ ଓଲଟା ଭୟଭିତ କରାଇବା ସହ ଦୁଇ ଲକ୍ଷଟଙ୍କା ଚାନ୍ଦା ନଦେଲେ ସମସ୍ତ ଗ୍ରାମବାସୀଙ୍କୁ ମିଛ କେଶରେ ଫସାଇ ଦିଆଜିବ ବୋଲି ଧମକ ଦେଇଥିବାରୁ ଆମେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ସତ୍ୟ ସାମ୍ନା କୁ ଆସୁ ବୋଲି ଚିନ୍ତା କରିବା ସହ ମାନବ ଅଧିକାର କର୍ମୀଙ୍କ ନାମରେ ଅଭିଯୋଗ କରି ଏତଲା ଦେଇଥିବା କହିଛନ୍ତି । ତେବେ ମାଲକାନଗିରି ଆଦର୍ଶ ଥାନାରେ ଉଭୟଙ୍କ ଅଭିଯୋଗ କୁ ଗ୍ରହଣ କରାଯାଇ ଉଭୟଙ୍କ ନାମରେ କେସ ରୁଜୁ କରାଯାଇଛି , ଏହା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି ।