ମାତ୍ର ୩୨ବର୍ଷ ବୟସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଧାବିକାଙ୍କ ହେଲା ପରଲୋକ

add-all

ନୂଆଦିଲ୍ଲୀ: ପୂର୍ବତନ ଅଲିମ୍ପିକ୍ସ ମେଡାଲିଷ୍ଟ ଓ ବିଶ୍ବ ଚମ୍ପିଆନ ରହିଥିବ‌ା ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇଙ୍କ ପରଲୋକ ହୋଇଛି। ଆମେରିକାର ଆଥଲେଟିକ୍ସ ଫେଡରେସନ ଓ ଟୋରିଙ୍କ ମ୍ୟାନେଜମେଣ୍ଟ ଏଜେନ୍ସି ପକ୍ଷରୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା।
ଟୋରିଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖେଳ ଦୁନିଆକୁ ସ୍ତବ୍ଧ କରି ଦେଇଥିବା ବେଳେ ଅନେକ ଷ୍ଟାର ଖେଳାଳି ଏହି ଦୁଃଖଦ ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଟୋରିଙ୍କ ମୃତଦେହ ତାଙ୍କ ଫ୍ଲୋରିଡାର ଓଲାଣ୍ଡୋ ସ୍ଥିତ ବାସଭବନରୁ ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲା।
ସୂଚନାଯୋଗ୍ୟ, ୨୦୧୬ ରିଓ ଅଲିମ୍ପିକ୍ସରେ ଟୋରି ୩ଟି ପଦକ ଜିତିଥିଲେ। ସେ ୧୦୦ ମିଟର ରିଲେରେ ରୌପ୍ୟ ଓ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଓ ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ୨୦୧୭ ବିଶ୍ୱ ଚମ୍ପିଆନସିପରେ ସେ ୧୦୦ ମିଟର ଦୌଡ଼ରେ ବିଶ୍ବ ଚମ୍ପିଆନ ବି ହୋଇଥିଲେ। ୨୦୧୧ପରେ ଟୋରି ଆମେରିକା ପ୍ରଥମ ଖେଳାଳି ଥିଲେ ଯିଏକି ବିଶ୍ବ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତିଥିଲେ।

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଥିବା ଫ୍ରିଜର ପ୍ରାୟେସ ଟୁଇଟ କରି କହିଛନ୍ତି, ‘ହଠାତ ଟୋରିଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖରେ ଭାଙ୍ଗି ପଡ଼ିଛି। ଟୋରି ଆଲୋକ ଭଳି ଥିଲେ। ଟୋରି ତୁମକୁ ଏମିତିି ଆମ ସମସ୍ତଙ୍କୁ ପର କରି ଯିବାର ନଥିଲା। ତୁମର ଶକ୍ତି ଓ ହସ ସବୁ‌ବେଳେ ମୋର ମନେପଡ଼ିବ।’

ad-week
Leave A Reply

Your email address will not be published.