ବ୍ରହ୍ମପୁର ରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ…

add-all

ବ୍ରହ୍ମପୁର : ବ୍ରହ୍ମପୁର ନୂତନ ବନାଞ୍ଚଳ ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ୨୦୧୯ ବ୍ୟାଚର୍ ଓଡ଼ିଶା ବନସେବା ଅଧିକାରୀ ମନୋଜ କୁମାର ପାତ୍ର। ଶ୍ରୀ ପାତ୍ର ଆଜି ସ୍ଥାନୀୟ ଆସିକା ରୋଡ ସ୍ଥିତ କାର୍ଯ୍ୟାଳୟ ପରିସରରେ ପୂର୍ବତନ ବନାଞ୍ଚଳ ଅଧିକାରୀ ରଜତ ମିଶ୍ର ଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଠାରେ ସୂଚନା ଥାଉକି ରଜତ ମିଶ୍ର ଗତ ମାର୍ଚ୍ଚ ମାସରେ ଅତିରିକ୍ତ ବନ ସଂରକ୍ଷକ ଭାବେ ପଦୋନ୍ନତି ହୋଇ ଉତ୍ତର ଘୁମୁସର ବନଖଣ୍ଡ କୁ ବଦଳି ହୋଇଥିଲା। ସେହିପରି ପୂର୍ବରୁ ବିଭିନ୍ନ ଜିଲ୍ଲାରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ କରି ଆସିଥିବା ମନୋଜ ପାତ୍ର ବର୍ତ୍ତମାନ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ରହିଥିବା ବେଳେ ସେ ବ୍ରହ୍ମପୁର ବନାଞ୍ଚଳ ର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ରେ ରହିଛନ୍ତି।

ad-week
Leave A Reply

Your email address will not be published.