ଫୁଲବାଣୀ :କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା କ୍ରମେ କୃଷ୍ଣଚନ୍ଦ୍ର ବିଶୋଇଙ୍କ ସଭାପତିତ୍ବରେ ମୃତ ହୋମଗାର୍ଡ ଜଦୁମଣୀ ବୃର୍ଗୀଙ୍କ ଦଶାହ କାର୍ଯ୍ୟରେ ଉପସ୍ଥିତ ରହି ଅସହାୟ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହିତ ଗୋଟାଏ ଦିନର ଦରମା ଟଙ୍କା ଆର୍ଥିକ ସହାୟତା କରିଛନ୍ତି l ଜଦୁମଣୀ ବୃର୍ଗିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଚିକିତ୍ସାଧିନ ଅବସ୍ଥାରେ ଥିଲେ । ତାଙ୍କ ଦେହାନ୍ତ ପରେ ପରିବାର ମୂଖ୍ୟଙ୍କୁ ହରାଇ ମୃତ ଜଦୁମଣି ବୃର୍ଗିଙ୍କ ବୁଢ଼ିମା, ବିଧବା ଧର୍ମପତ୍ନୀ ଜ୍ୟୋତ୍ସ୍ନାରାଣୀ ବୃର୍ଗି ଏବଂ ଛୋଟ ଝିଅ ମାମାଲି ବୃର୍ଗି, ବିଭିନ୍ନ ସମସ୍ୟା ଥିବା ସହିତ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସ୍ନାରାଣୀ ବୃର୍ଗି ରାଜ୍ୟ ସରକାର ଏବଂ ପୋଲିସ ବିଭାଗର ମୂଖ୍ୟଙ୍କୁ ଆଗାମୀ ଦିନରେ ସାକ୍ଷାତକରି କିଛି ସାହାଯ୍ୟ ଭିକ୍ଷା କରିବା ପାଇଁ ସଂଘ କର୍ମକର୍ତ୍ତାଙ୍କୁ ଜଣାଇଥିଲେ । ଦୁଃଖର ବିଷୟ ଜଣେ ହୋମଗାର୍ଡ ଜୀବନ ସାରା ପୋଲିସ ବିଭାଗର ଚାକିରି କରି ଜଦି ସେ ମୃତ୍ୟୁବରଣ କରନ୍ତି କିମ୍ବା ଅବସର ନିଅନ୍ତି ତାଙ୍କୁ ରାଜ୍ୟ ସରକାରଙ୍କ କୈାଣସି ଅନୁଦାନ ନ ଥିବା ହେତୁ କୈାଣସି ହୋମଗାର୍ଡଙ୍କ ଅକାଳ ବିୟୋଗ ହୁଏ କିମ୍ବା ଅବସର ଗ୍ରହଣ କରନ୍ତି ତାଙ୍କ ପରିବାର ବର୍ଗ ଭିକ୍ଷା ବୃତ୍ତି କରି ଚାଲୁଥିବାର ମଧ୍ଯ ଦେଖିବାକୁ ମିଳିଛି । କିନ୍ତୁ ବର୍ତ୍ତମାନ ରାଜ୍ୟ ମାନବାଧିକାର ମିସନ ଏବଂ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ କର୍ମକର୍ତ୍ତାଙ୍କୁ ନେଇ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ ସୁପ୍ରିମକୋର୍ଟ ମାଧ୍ୟମରେ ଜର୍ଜମେଣ୍ଟ ଅଡ଼ର ହୋଇ ଡିଗ୍ରୀ ହାସଲ ହୋଇଛି । ଏଣୁ ଆଗାମୀ ଦିନରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମାନ କାମକୁ ସମାନ ଦରମା ଦେବା ପାଇଁ ସୁପ୍ରିମକୋର୍ଟ ରାୟରେ ଉଲ୍ଲେଖ ରହିଛି l ରାଜ୍ୟର ୧୭,୦୦୦, ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପରିବାରଙ୍କୁ ଆଗାମୀ ଦିନରେ କିଛି ଆସ୍ବସ୍ତି ମିଳିବ ବୋଲି ରାଜ୍ୟ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜ, ସୁପ୍ରିମକୋର୍ଟ ଆଇନ ଜୀବି ଶେଖର ଶ୍ରୀବାସ୍ତବ, ଓ ରାଜ୍ୟ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ସଭାପତି ରଞ୍ଜନ କୁମାର ମଲ୍ଲିକ ଏବଂ ସମ୍ପାଦକ ବିଚିତ୍ର ନନ୍ଦ ବିଶ୍ବାଳ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି, ଅକ୍ଷୟ କୁମାର ରାୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି l ମୃତ ଜଦୁମଣୀ ବୃର୍ଗିଙ୍କ ଦଶାହ କାର୍ଯ୍ୟକ୍ରମରେ ସାରଙ୍ଗଡ଼ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀମାନେ ଉପସ୍ଥିତ ରହି ଅସହାୟ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ମୃତ ହୋମଗାର୍ଡଙ୍କ ପରିବାର ବର୍ଗ କନ୍ଧମାଳ ଜିଲ୍ଲା ଓ ସାରଙ୍ଗଡ଼ ଥାନାର ହୋମଗାର୍ଡ ସଂଘ କର୍ମକର୍ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି l
