ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତିର ନବ ନିଯୁକ୍ତ ସଭାପତିଙ୍କୁ ଭବ୍ୟ ସ୍ଵାଗତ ସମାରୋହ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବ ରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ର କ୍ରମରେ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ପ୍ରତ୍ୟୁଷରଞନ ଶତପଥୀ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦାୟିତ୍ବ ତୁଲାଉଛନ୍ତି।ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଶ୍ରୀ ଶତପଥି ଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇ ଥିଲା l ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସ ସ୍ଵାଗତ ସମ୍ଭାଷଣ ଜଣାଇଥିଲେ। ନାକର ସଂଯୋଜକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ,ଅନ୍ତରୀଣ ଗୁଣବତ୍ତା ସଂଯୋଜକ ବାଣିଜ୍ୟ ବିଭାଗ ମୁଖ୍ୟ ସରୋଜ କୁମାର ପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ଵ ଦେବା ସହ କାର୍ଯ୍ୟାଳୟ ଓ ପାଠାଗାର ର ସ୍ଵୟଂକ୍ରିୟତା ଉପରେ ନୂତନ ସଭାପତି ନିଜ ଅଭିଭାଷଣ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.