ମାଲକାନଗିରି : ମାଲକାନଗିରି ମାଥିଲି ଚିତ୍ରୋକୋଣ୍ଡା ବିଧାୟକ ଙ୍କ ସହ ଅପରାଧିଙ୍କ ଫୋଟୋ ହେଉଛି ଭାଇରାଲ । ଗତ କିଛିଦିନ ପୂର୍ବେ 420 ମାମଲା ରେ ମାଲକାନଗିରି ଜିଲ୍ଲା ମାଡକାପଦର ସମିତି ସଭ୍ୟ ଅକ୍ଷୟ ରଞ୍ଜନ ପାଙ୍ଗି ଗିରଫ ହୋଇଥିଲେ । ମୁଦୁଲିପଡ଼ା ପୋଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ କେବଳ ଏହି ଗୋଟିଏ ନୁହେ ବରଂ ପୁର୍ବରୁ ମାଓ କାର୍ଯ୍ୟ କଳାପ ରେ ସମ୍ପୃକ୍ତ ରହି ମୁଦୁଲିପଡ଼ା ଥାନା OIC କୃଷ୍ଣ ଚନ୍ଦ୍ର ରଥ ଏବଂ କଡ଼ା ବୁଦା ହତ୍ୟା କାଣ୍ଡ ରେ ମୁଖ୍ୟ ଅଭିଯୁକ୍ତ ଭାବେ ଜେଲ ଯାଇ ବେଲ ରେ ଫେରିଥିଲେ ଅକ୍ଷୟ । ତେବେ ବର୍ତ୍ତମାନ ବିଭିନ୍ନ ମାମଲାରେ ଜଡିତ ଥିବା ଏହି ବ୍ୟକ୍ତି ଜଣଙ୍କ ପୁଣି ଜେଲ ରୁ ବେଲ ରେ ମୁକୁଳିବା ପରେ ଚିତ୍ରକୋଣ୍ଡା ବିଧାୟକଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଅତିଥି ହୋଇ ଫୁଲ ମାଳ ପକାଇ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ବିଗତ ଦିନରେ ଅନେକ ଥର ଗିରଫ ହୋଇଥିବା ରଞ୍ଜନ ଙ୍କୁ କିପରି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ନିଜ ଦଳରୁ ବହିଷ୍କାର ନକରି ନିଜ ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ କରାଉଛନ୍ତି, ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ରଞ୍ଜନ ଙ୍କ ଏହି ଅପରାଧିକ ଘଟଣା ପଛରେ କାହାର ହାତ ରହିଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଥିବା ବେଳେ ବିଧାୟକ ଙ୍କ ବଳରେ ବଳିୟାନ ନୁହଁନ୍ତି ତ ଅକ୍ଷୟ ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଗୁଣ୍ଡା ତଥା ଅପରାଧିକ କାର୍ଯ୍ୟ ରେ ଜଡିତ ଥିବା ବ୍ୟକ୍ତିଙ୍କୁ ନିଜ ସାଙ୍ଗରେ ନେଇ ବିଧାୟକ କାହିଁକି ବିଭିନ୍ନ କାର୍ଯ୍ୟ ରେ ଯୋଗ ଦେଉଛନ୍ତି, ଏବଂ ନିଜର ଛବି କୁ ମଳିନ ପକାଇବା ପଛରେ କଣ କାରଣ ରହିଛି ତାହାକୁ ନେଇ ବିଜୁ ଜନତା ଦଳ ନିଜେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
