ଗୃହରକ୍ଷୀ ମହାସଂଘ ଖଜୁରୀପଡ଼ା ଶାଖା ପକ୍ଷରୁ ଶୈବପୀଠରେ ସ୍ବଛ ଭାରତ କାର୍ଯ୍ୟକ୍ରମ

add-all

ଫୁଲବାଣୀ : ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ମିଳିତ ଆଲୋଚନାରେ । ଖଜୁରୀପଡା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଖଜୁରୀପଡ଼ା ଥାନା ଅନ୍ତର୍ଗତ କଲେଜ ନିକଟରେ ଥିବା ସାଂସ୍କୃତିକ ମଞ୍ଚ ମଣ୍ଡପ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମସ୍ତ କର୍ମକର୍ତ୍ତା କନ୍ଧମାଳ ଜିଲ୍ଲାର ଇଷ୍ଟଦେବୀ ମାଁ ବରାଳଦେବୀଙ୍କ ପାଖରେ ଅଖଣ୍ଡ ଦୀପଜାଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତତ୍ ପରେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଠାରେ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

ଖଜୁରୀପଡ଼ା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ମଞ୍ଜୁଳା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ କିପରି ମାନବାଧିକାର ମିସନ ମାଧ୍ୟମରେ ସୁପ୍ରିମକୋର୍ଟ ରେ ଶେଷ ଶୁଣାଣି ହୋଇ ଡିଗ୍ରୀ ହାସଲ କରି ଜର୍ଜମେଣ୍ଟ୍ ଅଡର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସେ ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ, ରାଜ୍ୟ ମାନବାଧିକାର ମିସନ, ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା, ଜଳନ୍ଧର ବେହେରା, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା କୁନା ଦିଗାଲ, ଖଜୁରୀପଡ଼ା ଥାନା ଅଞ୍ଚଳର ସାମ୍ବାଦିକ, ରଞ୍ଜିତ କୁମାର ଦିଗାଲ, ବିଦୁର ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନର ପରିବର୍ତ୍ତନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l

ଏଥି ସହିତ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, କାର୍ଯ୍ୟକାରି ସଭାପତି ଅକ୍ଷୟ କୁମାର ରାୟ, ଟାଉନ ଥାନା ହୋମଗାର୍ଡ ସଂଘ ଉପସଭାପତି, ସାଫରିନ ଖାନ୍, ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସରଳ ସମାଧାନ କିପରି ଆଇନ୍ ଗତ ମାଧ୍ୟମରେ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ। , ଶେଷରେ ଖଜୁରୀପଡ଼ା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ଖଜୁରୀପଡ଼ା ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲେ। ସଭାପତି, କାହ୍ନୁଚରଣ ବେହେରା ,ଉପ ସଭାପତି, ରାଜେଶ କୁମାର ବେହେରା, ସମ୍ପାଦକ, ବିନାୟକ ସାହାଣୀ, ସହସମ୍ପାଦକ,ସାଗର ଦେହୁରୀ, କୋଷାଧ୍ୟକ୍ଷ, ଉମେଶ କୁମାର କହଁର, ଉପ କୋଷାଧ୍ୟକ୍ଷ, ଦେବେନ୍ଦ୍ର ମଲ୍ଲିକ, କାର୍ଯ୍ୟକାରୀ ସଭାପତି, ପ୍ରକାଶ କୁମାର ସେଠୀ, ଏବଂ ଖଜୁରୀପଡ଼ା ଥାନାର ହୋମଗାର୍ଡ ସଂଘକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପରାମର୍ଶଦାତା ଭାବରେ, ସାମ୍ବାଦିକ ରଞ୍ଜିତ କୁମାର ଦିଗାଲ, ବିଦୁର ବେହେରାଙ୍କୁ ଚୟନ କରାଯାଇଛି ।ସେଷରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସମ୍ପାଦକ ସପନ କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.