ଦୁର୍ଗାପୂଜା ମଣ୍ଡପ ଛାତରୁ ଯୁବକଙ୍କ ମୃତଦେହ ଘଟଣା : ପରିଚୟ ପାଇଲା ପୋଲିସ

add-all

ହିଞ୍ଜିଳିକାଟୁ (୮।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ନିକଟରେ ଥିବା ବଣିକ ସଂଘ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରଵିବାର ରାତି ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ମୃତ ଯୁବକ ଜଣକ ହେଲେ ହିଞ୍ଜିଳି ଗ୍ରାମର ପପୁ ଦାଶ (୪୦)। ମଣ୍ଡପ ନିକଟ ସରକାରୀ ସ୍ଥାନରେ ବିକ୍ରି ହେଉଥିବା ଦେଶି ମଦ କାଉଣ୍ଟର ରୁ ପପୁ ମଦ ପିଈ ଦୁର୍ଗାମଣ୍ଡପ ଛାତ ଉପରେ ଶୋଇପଡିଥିଲେ ।ଅନ୍ୟ ଜଣେ ମଦ୍ୟପ ମଦ ପିଇ ଛାତ ଉପରେ ଜଣେ ଯୁବକ ମୃତ ଅବସ୍ଥାରେ ପଡିଥିବା ଦେଖି ପାଟି କରିଥିଲେ ।ସ୍ଥାନୀୟ ଵେପାରୀ ମାନେ ଏ ନେଇ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣାରୁ ପ୍ରକାଶ ରଵିଵାର ଯୁବକଙ୍କ ପରିଚୟ ମିଳିପାରି ନଥିଲା ।ହିଞ୍ଜିଳି ପୋଲିସ ଏ ନେଇ ୮।୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା । ମୃତଦେହକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ।ସୋମବାର ଯୂବକଙ୍କ ପରିବାର ସୁଚନା ପାଇ ପପୁ ଦାଶ ୪୦ ଵୋଲି ପରିଚୟ ମିଳିଥିଲା । ପପୁଙ୍କ ଶଵକୁ ସୋମବାର ଶଵଵ୍ୟବଛେଦ ନିମନ୍ତେ ୱ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ପରିବାରକୂ ଶଵ ହସ୍ତାନ୍ତର କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି ।

ad-week
Leave A Reply

Your email address will not be published.