
ହିଞ୍ଜିଳିକାଟୁ ୧୦।୫।୨୩ ଗତକାଲି ରାତିରେ ହିଞ୍ଜିଳି ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଆଡପଡା ଫାଣ୍ଡି ଅନ୍ତର୍ଗତ ଇଶନେଶ୍ବର ମନ୍ଦିର ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ପୁଲିସ ପାଟ୍ରୋଲିଂ ଗାଡ଼ି ଦେଖି ଡ୍ରାଇଭର ଓ ହେଲ୍ପର ଫେରାର୍ ନିମନ୍ତେ ପ୍ରସ୍ତୁତ ହେବା ବେଳେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗୋରୁ ବୋଝେଇ ଟ୍ରକ୍ର ଚାଳକ ଆନ୍ଦ୍ରପ୍ରଦେଶ ଜିଲ୍ଲା କାଞ୍ଚିଲି ଅଞ୍ଚଳର ଆନା ଉମ୍ପତି ଓ ହେଲପର ଚିକିଟି ଥାନା ଅନ୍ତର୍ଗତ ରାମପୁର ଗ୍ରାମର କାଳିଆ ଗଉଡ ଵୋଲି ପୁଲିସ ସୂଚନା ଦେଇଛି। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦ୍ଦେଶରେ ୩୧୫।୨୩ ରେ ମାମଲା ରୁଜୁ କରି ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା, ଏ ଏସଆଇ ଅନନ୍ତ ଶବର, ସନ୍ତୋଷ ରେଡ୍ଡୀ, ସୁଜିତ ଵେହେରା, ଜିତେନ୍ଦ୍ର କୁମାର ଗଉଡଏହାର ତଦନ୍ତ କରୁଛନ୍ତି। ପିକ ଅପ ଗାଡି ନଂ ଏପି୩୯ ୟୂହେଚ ୧୭୬୭ ଗାଡିରୁ ଏହି ଟ୍ରକ୍ରୁ ଉଦ୍ଧାର ୩ଟି ଗୋରୁଙ୍କୁ ଥାନା ପରିସରରେ ରଖାଯାଇଛି।