ଗୋରୁ ବୋଝେଇ ଗାଡ଼ି ଜବତ, ଦୁଇ ଗିରଫ…

Independence


ହିଞ୍ଜିଳିକାଟୁ ୧୦।୫।୨୩ ଗତକାଲି ରାତିରେ ହିଞ୍ଜିଳି ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଆଡପଡା ଫାଣ୍ଡି ଅନ୍ତର୍ଗତ ଇଶନେଶ୍ବର ମନ୍ଦିର ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲା। ପୁଲିସ ପାଟ୍ରୋଲିଂ ଗାଡ଼ି ଦେଖି ଡ୍ରାଇଭର ଓ ହେଲ୍ପର ଫେରାର୍‌ ନିମନ୍ତେ ପ୍ରସ୍ତୁତ ହେବା ବ‌େଳେ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗୋରୁ ବୋଝେଇ ଟ୍ରକ୍‌ର ଚାଳକ ଆନ୍ଦ୍ରପ୍ରଦେଶ ଜିଲ୍ଲା କାଞ୍ଚିଲି ଅଞ୍ଚଳର ଆନା ଉମ୍ପତି ଓ ହେଲପର ଚିକିଟି ଥାନା ଅନ୍ତର୍ଗତ ରାମପୁର ଗ୍ରାମର କାଳିଆ ଗଉଡ ଵୋଲି ପୁଲିସ ସୂଚନା ଦେଇଛି। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦ୍ଦେଶରେ ୩୧୫।୨୩ ରେ ମାମଲା ରୁଜୁ କରି ଏସ ଆଇ ସିଦ୍ଧାର୍ଥ ଶଙ୍କର ଜେନା, ଏ ଏସଆଇ ଅନନ୍ତ ଶବର, ସନ୍ତୋଷ ରେଡ୍ଡୀ, ସୁଜିତ ଵେହେରା, ଜିତେନ୍ଦ୍ର କୁମାର ଗଉଡଏହାର ତଦନ୍ତ କରୁଛନ୍ତି। ପିକ ଅପ ଗାଡି ନଂ ଏପି୩୯ ୟୂହେଚ ୧୭୬୭ ଗାଡିରୁ ଏହି ଟ୍ରକ୍‌ରୁ ଉଦ୍ଧାର ୩ଟି ଗୋରୁଙ୍କୁ ଥାନା ପରିସରରେ ରଖାଯାଇଛି।

ad-week
Leave A Reply

Your email address will not be published.