ପୁଣି ସକ୍ରିୟ ହେଲେ ଲାଲ ବାହିନୀ : ଘରୁ ଡାକି ନେଇ ଗୁଳି କରି ହତ୍ୟା

add-all

ଫୁଲବାଣୀ :କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହେଲେ ଲାଲ ବାହିନୀ l ଗତ କାଲି ରାତି ୯ ଟା ସମୟରେ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ l ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମର ବନ୍ଦ ପଞ୍ଚାୟତ ସାଉଲ୍ ପଡ଼l ଠାରେ ସୁବଳ କହଁର ଘରେ ଥିବା ସମୟରେ ତିନିଜଣ ମାଓବାଦୀ ଘରୁ ଡାକି ନେଇ ସୁବଳଙ୍କ ଘରଠାରୁ ୨୦୦ ମିରର ଦୂରରେ ପାଞ୍ଚ ରାଉଣ୍ଡ ଗୁଳି କରି ହତ୍ୟା କରିଛି ଲାଲ ବାହିନୀ l ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ସୁବଳ କହଁର ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି l କେଉଁ କାରଣ ଯୋଗୁଁ ଏହି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ l ବର୍ତ୍ତମାନ ସେଇ ଗ୍ରାମ ଜନ ଶୂନ୍ୟ ହୋଇ ଥିବା ବେଳେ ପୋଲିସ ଘଟଣା ସ୍ତଳରେ ପହଁଚି ନାହିଁ l

ad-week
Leave A Reply

Your email address will not be published.