ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା। ମୁଖ୍ୟ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ…

add-all


ହିଞ୍ଜିଳିକାଟୁ, ୧୧।୫ ହିଞ୍ଜିଳି ଥାନା ସାରୁ ଗ୍ରାମରେ ମାର୍ଚ୍ଚ ମାସ ୨୬ ତାରିଖ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାରେ ହିଞ୍ଜିଳି ପୋଲିସ ୨୭ ତାରିଖ ସୋମବାର ଶୁସାନ୍ତ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁସାନ୍ତ ଙ୍କ ପୁଅ ଗଙ୍ଗା ସେଠି ଫେରାର ଥିଲା। ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ପୋଲିସ ଭୟରେ ଗଙ୍ଗା ଏକ ମାସ ପରେ ଗୁରୁବାର ହିଞ୍ଜିଳିକାଟୁ କୋର୍ଟରେ ଆତ୍ମସମର୍ପଣ କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ପ୍ରକାଶ ଥାଉକି ଅଧିକାରୀ ଟୁନା ମାର୍ଚମାସ ୨୬ ତାରିଖ ରବିବାର ସଂଧ୍ୟାରେ ଗାଁ ପୋଖରୀରୁ ସ୍ନାନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ବିପକ୍ଷବାଦୀ ବାପ ସୁଶାନ୍ତ ଓ ପୁଅ ଗଙ୍ଗା ମିଶି କାତି ରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ଗୁରୂତର ଟୂନା କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଟୁନା ଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏ ନେଇ ଟୁନା ଙ୍କ ସ୍ତ୍ରୀ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ କେଶ ନଂ ୧୮୬।୨୩ ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରିଥିଲେ।

ad-week
Leave A Reply

Your email address will not be published.