
ହିଞ୍ଜିଳିକାଟୁ ୧୧। ୫ : ହିଞ୍ଜିଳିକାଟୁ ରେ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଜୋର । ଗୁରୁବାର ଛତ୍ରପୁର ଆଞ୍ଚଳିକ ପରିବହନ ଵିଭାଗ ପକ୍ଷରୁ ମୋଟର ଭେଇକିଲ ନିୟମ ଅନୁସାରେ ଭାରିଯାନ ଯାଞ୍ଚ କରି ହିଞ୍ଜିଳିକାଟୁ ଆସୁଥିବା ସମୟରେ ହିଞ୍ଜିଳିକାଟୁ ଆର ଏମସି ଛକ ରେ ଆସିକା ଠାରୁ ଵ୍ରହ୍ମପୁର ଯାଉଥିବା ଭୁବନେଶ୍ବରୀ ଘରୋଇ ଯାତ୍ରୀବାହୀ ବସ୍ ନଂ ଓଆର ୦୭ ଈ ୫୮୮୮ କୁ ଅଟକାଇ ଯାଞ୍ଚ କରିଛି ପରିବହନ ବିଭାଗ । ଗାଡିର ଫିଟନେସ୍, ବୀମା ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଥିଲା। ଟିକସ ଫାଙ୍କିବା, ଡ୍ରାଇଭିଂ ଲାଇସେନ୍ସ ଓ ପରମିଟ୍ ନଥିବା ସହ ଇନ୍ସୁରେନ୍ସ ନଥାଇ ଗାଡି ଚଳାଇବା ଅଭିଯୋଗରେ ଚାଲାଣକାଟି ଵସକୂ ଜବତ କରି ହିଞ୍ଜିଳି ଥାନାରେ ଜିମା ଦେଇଛନ୍ତି। ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ଵୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଛତ୍ରପୁର ଆଞ୍ଚଳିକ ପରିବହନ ଵିଭାଗ ପକ୍ଷରୁ ଜୁନିୟର ଏମଭିଆଇ ରତିକାନ୍ତ ନାୟକ, ଅତିରିକ୍ତ ଆରଟିଓ ଭେଙ୍କେଟେସ, ଚିନାରା ଙ୍କ ସହ ଦୁଇଟି ଟିମ ଚଢାଉ କରି ହିଞ୍ଜିଳି ଥାନାରେ ଜିମା ଦେଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ରେ ଵେନିୟମ ଭାବେ ଯାତ୍ରୀବାହୀ ଅଟୋ, ଘରୋଈ ଵସ, ଟ୍ରାକ୍ଟର ଗାଡିର ସଠିକ କାଗଜ ପତ୍ର ନଥିବା ସହ ଵିନା ଫିଟନେସ, ଇନ୍ସୁରେନ୍ସ ନଥାଇ, ହାଇସ୍ବିକୁରିଟି ନମ୍ବର ପ୍ଲେଟ୍ ନଥାଇ ଗାଡି ଚଳାଚଳ ହେଉଥିବା ଅଭିଯୋଗ ହୋଇଛି।