ବିଧାୟକଙ୍କ ଦ୍ଵାରା ଦୁଇ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

add-all

ଦାରିଙ୍ଗବାଡ଼ି (୧୩/୫) : ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଦୁଇ ଗୋଟି ପ୍ରକଳ୍ପର ନିର୍ମାଣ ପାଇଁ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ବାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ତିଲୋରୀ ପଞ୍ଚାୟତ ରାସ୍ତା ଅନ୍ତର୍ଗତ ଖଡ଼ଗ ନାଳ ଉପରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟର ଏବଂ ବୁଡ଼ାଗୁଡ଼ା ଠାରୁ ବୁରାଙ୍ଗିଆ ଭାୟା ଦଣ୍ଡରାମୁଣ୍ଡା ରାସ୍ତାର ଉନ୍ନତି କରଣ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ବିଜୁସେତୁ ନିର୍ମାଣ ପାଇଁ ୫ କୋଟି ୪୮ ଲକ୍ଷ ଅଟକଳ ମୂଲ୍ୟ ରହିଥିବା ବେଳେ ରାସ୍ତା ନିର୍ମାଣ ନିମନ୍ତେ ୭ କୋଟି ଅଟକଳ ମୂଲ୍ୟ ରହିଛି। କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଜି. ଉଦୟଗିରି ବିଧାୟକ ଶ୍ରୀ ପ୍ରଧାନଙ୍କ ସହିତ ସମ୍ମାନୀତ ଅତିଥି ଭାବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ , କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା , ରାଜ୍ୟ ଟିଡ଼ିସିସି ଓଏଲ ଉପାଧ୍ୟକ୍ଷ ଦିଲିପ କୁମାର ପ୍ରଧାନ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, କିରୀକୁଟି ସରପଞ୍ଚ ଅଶୋକ କୁମାର ପ୍ରଧାନ , ଛାତ୍ର ସଭାପତି ରୂପକ କୁମାର ସାହୁ, ଶ୍ରାନିକେତା ସରପଞ୍ଚ ଗଙ୍ଗା ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ, ତିଲୋରୀ ସମିତି ସଭ୍ୟ ଦିଲିପ ପ୍ରଧାନ, ସିମନ୍ ବାଡ଼ି ସମିତି ସଭ୍ୟ ସାଧୁ ନାୟକ, ବୁଡ଼ାଗୁଡ଼ା ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସନ୍ତୋଷ ବିଶୋଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ତୃଣମୂଳ ସ୍ତରର ଅନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଭୂମି ପୂଜା କାର୍ୟ୍ୟରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.