ମାଁ ତରାଦେବୀ ଠାକୁରାଣୀଙ୍କ ଯାତ୍ରା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

add-all

ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ମାଁ ତରାଦେବୀଙ୍କ ତ୍ରୟ ବିଂଶତମ ଦ୍ଵିବାର୍ଷିକୀ ଯାତ୍ରା ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ।ଏଥିପାଇଁ ଯାତ୍ରା କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାତ୍ରା ପରିଚାଳନା କମିଟିର ସମ୍ପାଦକ ହୃଷିକେଶ ପାତ୍ର।୧୯୭୯ ମସିହା ଠାରୁ ଏହି ଯାତ୍ରା ରାଜା ରଘୁନାଥ ସିଙ୍ଗ ଦେଓ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା।ବର୍ତ୍ତମାନ ଏହା ତ୍ରୟ ବିଂଶତମ ଦ୍ଵିବାର୍ଷିକୀ ଯାତ୍ରା ରେ ପହଞ୍ଚି ଥିବା ସୂଚନା ମିଳିଛି।ଯାତ୍ରା ର ଅଧିକା ପ୍ରଚାର ପ୍ରସାର ସହିତ ଆଗକୁ ଆହୁରି ଜନ ସମାଗମ ବୃଦ୍ଧି ପାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ମାଁ ଙ୍କ ଅସ୍ଥାୟୀ ପୀଠରେ ସବୁଦିନ ବେଡ଼, ଚଣ୍ଡୀ ପାଠ ସହିତ କୁଂକୁମ ପୂଜା ମଧ୍ୟ ଆୟୋଜିତ ହେଉଛି।

ଏଥିସହିତ ପ୍ରତ୍ୟେକ ସନ୍ଧ୍ୟରେ ମାଁ ଙ୍କ ଘଟ ପରିକ୍ରମା କରିବା ସହିତ ପ୍ରତ୍ୟକ ସାହିରେ ପୂଜା ପାଉଛନ୍ତି।ଲାଞ୍ଜିପଲ୍ଲୀ ଅଞ୍ଚଳର ରହିଥିବା୪୦ ଗୋଟି ସାହି ବାସିନ୍ଦା ଙ୍କ ସହିତ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ସମେତ ସମସ୍ତ ବିଭାଗର ସହଯୋଗ ରହିଛି ବୋଲି କମିଟି ସୂଚନା ଦେଇଛନ୍ତି।ଏଥିସହିତ ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା ପାଇଁ ୧୬ ଗୋଟି ସିସିଟିଭି ଲଗାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।ଏହି ଅବସରରେ ସଭାପତି ଭାଗବତ ପ୍ରସାଦ ଶିଙ୍ଗଦେଓ, ଉପଦେଷ୍ଟା ଜଗନ୍ନାଥ ସାବତ, ବାପି ଶିଙ୍ଗଦେଓ, ବଳରାମ ପାତ୍ର, କର୍ପୋରେଟର ସ୍ୱର୍ଣ୍ଣ ଲତା ସାବତ, ବବିତା ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.