ବିଏସଏନଏଲ କଷ୍ଟମର ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ

add-all

ବ୍ରହ୍ମପୁର : ବ୍ରହ୍ମାନଗର ପ୍ରଥମ ଲାଇନ ବିଏସଏନଏଲ କଷ୍ଟମର ସର୍ଭିସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି।. ଏହି କାର୍ଯ୍ୟାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିଦ୍ୟୁତ ସର୍ଟ ସାର୍କ୍ରିଟ ଯୋଗୁଁ ଏଭଳୀ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।. ନିକଟରେ ଥିବା ପ୍ଲାଷ୍ଟିକ କେବୁଲ ତାର ଏବଂ ଅନ୍ୟାନ୍ୟ ଜିନିଷକୁ ନିଆଁ ବ୍ୟାପି ଯିବା ଫଳରେ ଭୟାନକ ଅଗ୍ନିକାଣ୍ଡ ଘଟି ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ନିଆଁ ଏତେ ଭୟାନକ ଥିଲା ଯେ ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇ ପଡ଼ିଥିଲେ।. ନିକଟରେ ଜନବସତି ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା ଦେଖାଦେଇଥିଲା।. କିନ୍ତୁ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ପୁରା ଅଂଚଳ ଧୂଆଁମୟ ପରିବେଶ ହୋଇଥିଲା. ଅଗ୍ନିଶମ ବିଭାଗର 3 ଟି ଟିମ ପହଂଚି ବହୁ ସମୟ ଧରି ଚେଷ୍ଟା କରି ନିଆଁକୁ ଆୟତ କରିଥିଲେ। ନିଆଁକୁ ଆୟତ କରିବାକୁ 1 ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।

ad-week
Leave A Reply

Your email address will not be published.