ମହାଲକ୍ଷ୍ମୀ ମନ୍ଦିର ବିଗ୍ରହ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

add-all

ଚିକିଟୀ : ଚିକିଟୀପେଣ୍ଟ ବକ୍ସି ବଜାରସ୍ଥିତ ରଘୁନାଥ ମହାପ୍ରଭୁଙ୍କ ମନ୍ଦିର ନିକଟରେ ମା ମହାଲକ୍ଷ୍ମୀ ଙ୍କ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ କରାଯାଇ ବିଗ୍ରହ ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ୫ଦିନ ବ୍ୟାପି ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଶେଷ ହୋଇ ଦ୍ୱିତୀୟ ଦିନରେ ଅଞ୍ଚଳର ସୁନାମଧନ୍ୟ ମୁଖ୍ୟ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ ପୌରହିତ ଏବଂ କର୍ମକାଣ୍ଡ ପଣ୍ଡିତ ମାନଙ୍କ ଦ୍ୱାରା ଜଳଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ |ଏହି ଯାତ୍ରା ଭଳାସିଙ୍ଗି ଗ୍ରାମ ଦେଇ ବୋହିଯାଇଥିବା ପୁଣ୍ୟତୋୟା ବହୁଦା ନଦୀରୁ ଆରମ୍ଭ ହୋଇ କାରବାଲୁଆ ମୁଖ୍ୟ ବଜାର ଦେଇ ଲଷ୍ମୀ ମଣ୍ଡପ ନିକଟରେ ପହଞ୍ଚି ଥିଲା।ଏହି ଜଳ ଯାତ୍ରା ଦେଖିବା ପାଇଁ ମୁଖ୍ୟରାସ୍ତା ଜନସମାଗୋମ ହୋଇଯାଇ ଥିବା ବେଳେ ଶଙ୍ଖ ମହୁରୀ ଧ୍ୱନି ରେ ସାରା ଅଞ୍ଚଳ ପ୍ରକଂପିତ ହେଉଥିଲା|ପରବର୍ତ୍ତୀ ସମୟରେ କର୍ମାରମ୍ଭ,ମଣ୍ଡଳପୂଜା , ପାର୍ବତ୍ୟାଗ୍ନି ସ୍ଥାପନ ଓ ନାମଯଜ୍ଞ ଆରମ୍ଭ ହୋଇଛି । ଏହି ଉତ୍ସବରେ ମୁଖ୍ୟ କର୍ତ୍ତା ଭାବେ ଶ୍ରୀ ରାଜେନ୍ଦ୍ର ପାଢ଼ୀ ଓ ଧର୍ମପତ୍ନୀ ସାଧନା ପାଢ଼ୀ ଉପସ୍ଥିତ ରହି କର୍ମାରମ୍ଭ କରିଥିଲେ।ଅନ୍ୟ କର୍ତ୍ତା ମାନଙ୍କ ମଧ୍ୟରେ ସଦାନନ୍ଦ ସାହୁ ଦୁର୍ଗା ପ୍ରସାଦ ସୁବୁଦ୍ଧି, ରାଜୁ ସାହୁ, ଧର୍ମା ସାହୁ, ଅଭିମନ୍ୟୁ ସାହୁ ଜିତେନ୍ଦ୍ର ସାହୁ ପ୍ରମୁଖ ଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ପ୍ରତେହ ଅର୍ଣ୍ଣ ଯଂଜ୍ଞ, ଘୃତ ଯଂଜ୍ଞ ଚାଲୁ ରହିଥିବା ବେଳେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସବିନୟ ଅନୁରୋଧ ଉକ୍ତ ପୂଜା ଉତ୍ସବରେ ସମସ୍ତେ ଯୋଗଦାନ କରି ମଁlଙ୍କ କରୁଣା ଓ କୃପା ଲାଭ କରନ୍ତୁ l

ad-week
Leave A Reply

Your email address will not be published.