କୁକୁଡାଖଣ୍ଡି : ୮ ମ ଦିନରେ ମା ଗୋଷାମଣୀ ଙ୍କ ଯାତ୍ରା

add-all

କୁକୁଡାଖଣ୍ଡି ୧୫.୦୩.୨୦୨୩: କୁକୁଡାଖଣ୍ଡି ଗ୍ରାମରେ ୧0 ଦିନ ଧରି ମା ଗୋଷାମଣୀ ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଜି ୮ ଦିନରେ ପହଞ୍ଚିଛି । ଯାତ୍ରା ପାଇଁ ସମ୍ପୂର୍ଣ୍ଣ ରଙ୍ଗ ଵେରଙ୍ଗର ତୋରଣମାଳ ସହ ଆଲୋକରେ ସମସ୍ତ ସାହିରେ ସୁସଜ୍ଜିତ ହୋଇଛି ।ମାନସିକଧାରୀ ଭକ୍ତ ମାନେ ରାମ , ଵଳରାମ, ଵାଘ, ଇତ୍ୟାଦି ନାନା ଵେଶ ପରିଧାନ କରି ଗ୍ରାମରେ ଵୁଲୁଥିଵା ଦେଖିଵାକୁ ମିଳୁଥିବା ବେଳେ ଵାଘବେଶ ଯାତ୍ରାକୁ ରୋମାଞ୍ଚକର ସୃଷ୍ଟି କରିଥିଲା । ତାସହ ବହୁ ଗ୍ରାମରୁ ଆସି ଲୋକମାନେ ପସରା ମେଲିଥିଵା ଦେଖିଵାକୁ ମିଳିଛି । ସଂନ୍ଧ୍ୟା ପରଠାରୁ ଗ୍ରାମର ଵିଭିନ୍ନ ସାହିରେ ହୋଇଥିଵା ଆକର୍ଷଣୀୟ କଳାକୁଞ୍ଚ ଦେଖିଵାକୁ ହଜାର ହଜାର ଲୋକମାନଙ୍କ ସମାଗମ ଦେଖିଵାକୁ ମିଳିଛି ।

ଭିଡ଼କୁ ଦୃଷ୍ଟିରେ ରଖି ସଦରଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଟ୍ରାଫିକ ନିୟନ୍ତ୍ରଣ ନେଇ ପୋଲିସ ଫୋର୍ସ ମୃତୟନ ହୋଇଥିବା ସହ ସଦରଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ SDPO ଶିବ ଶଙ୍କର ମହାପାତ୍ର ତଦାରଖ କରୁଛନ୍ତି । ମା ଗୋଷାମଣୀ ଙ୍କୁ ଵିଭିନ୍ନ ପ୍ରକାର ବାଦ୍ୟଵାଜଣା ସହ ଵିଭିନ୍ନ ରକମର ମନୁଷ୍ୟ କୃତ ପଶୁନୃତ୍ୟ, ଦେଵାଦେବୀ ନୃତ୍ୟ, ଚଇତି ଘୋଡ଼ା, ଆଦି ଵେଶରେ ସୁସଜ୍ଜିତ କରାଯିଇ ମାଙ୍କ ଘଟକୁ ହଜାର ହଜାର ଜନସମାଗମ ମଧ୍ୟରେ ନଗର ପରିକ୍ରମା କରାଯାଇଥିଲା ।ଲୋକମାନଙ୍କ ଖୁସି ନିମନ୍ତେ ମାଛ ମାର୍କେଟ ଠାରେ ଗ୍ରାମ୍ୟ କମିଟି ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା ।

ad-week
Leave A Reply

Your email address will not be published.