ଅଜଣା ବ୍ୟକ୍ତି ଙ୍କ ଶବ ଉଦ୍ଧାର :ହତ୍ୟା କି ଆତ୍ମହତ୍ୟା ସନ୍ଦେହ…!!


ଛତ୍ରପୁର : ଗଞ୍ଜାମ ଜିଲ୍ଲା  ସଦର ମହକୁମା ଛତ୍ରପୁର ରେଳ ଷ୍ଟେସନରେ ଆଜି ସକାଳୁ  ଏକ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ ଦେହ ମିଳିଛି।ଏକ ଗାମୁଛା ରେ ତାଙ୍କର ବେକ ଝୁଲି ରହିଥିବା ଦେଖି ବାକୁ ମିଳିଛି ।କିନ୍ତୁ ତାଙ୍କର ଦୁଇଟି ଗୋଡ଼ ତଳେ ଲିଗି ରହିଛି ଯାହାକୁ ନେଇ ସନ୍ଦେହ ହେଉଛି ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ପ୍ରଶ୍ନ ବାଚି ସୃଷ୍ଟି କରୁଛି। ସୂଚନା ଥାଉକି ଏହା ଏକ  ରେଳ ଷ୍ଟେସନ ହୋଇଥିବା ରୁ ଏଠାକୁ ଆଖପାଖ ଅଞ୍ଚଳର ପ୍ରାୟ ଯାତ୍ରି ଯିବା ଆସିବା କରିଥାନ୍ତି।ଏହି ଷ୍ଟେସନ ରେ ରାତି ଦିନ  ଆର ପି ଏଫ ପୋଲିସ ନିଯୁକ୍ତ ଥାନ୍ତି ତଥାପି ଏହି ଭଳି ଘଟଣା କେମିତି ଘଟିଲା ତାହା ସନ୍ଦେହ ସୃଷ୍ଟି କରୁଛି l ଉକ୍ତ ଯୁବକର ପରିଚୟ ମିଳି ପାରିନି ଆନୁମାନିକ ବୟସ ୩0 ହୋଇପାରେ ବୋଲି ଜଣା ପଡୁଛି l ସେ କିଏ..? କେମିତି ଏଠାକୁ ଆସିଲା ଏବଂ ଏଠାରେ କାହିଁକି ଆତ୍ମହତ୍ୟା କଲା ତାହା ଅନୁସନ୍ଧାନ ରୁ ଜଣା ପଡିବ ବୋଲି ପୋଲିସ କହିଛି l ତଥାପି ଏହା ହତ୍ୟା ହୋଇଥିବା କୁ ନେଇ ସନ୍ଦେହ ପ୍ରକଟ ହେଉଛି କାରଣ ଲୋକ ଟିର ପାଦ ମାଟି କୁ ଲାଗିଥବା ଜଣା ପଡୁଛି ତେଣୁ ପ୍ରଥମେ ହତ୍ୟା ପରେ ହତ୍ୟାକାରୀ ଏହି ପରି କରି ଥାଇ ପାରେ ବୋଲି ଅନୁମାନ କରା ଯାଉଛି ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ l ଶବ ଟିକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ସୂଚନା ମିଳିଛି 

ad-week
Leave A Reply

Your email address will not be published.