ସିପିଆଇ (ଏଲ-ଏମ)ପକ୍ଷରୁ ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

add-all

ହିଞ୍ଜିଳିକାଟୁ ୧୫।୫ ହିଞ୍ଜିଳିକାଟୁ ବ୍ଲକରେ ସୋମବାର ସିପିଆଇ ଏମ ଏଲ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରି ବିଡିଓ ସୁବ୍ରତ କୁମାର ଜେନା ଙ୍କୁ ୧୧ ଦଫା ଦାବି ପ୍ରଦାନ କରିଛନ୍ତି । ସିପିଆଇ ଏମ ଏଲ ରେଡ ଷ୍ଟାର ଜିଲ୍ଲା କମିଟି ସଦସ୍ୟ କମ୍ରେଡ ପାର୍ବତୀ ଙ୍କ ନେତୃତ୍ୱରେ ଶତାଧିକ କୃଷକ, ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିଭିନ୍ନ ଶ୍ଳୋଗାନ ଦେଇ ପଦଯାତ୍ରାରେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଗଣ ଧାରଣା ଦେଇଥିଲେ। ରାଜ୍ୟ କମିଟିର ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ସମ୍ପାଦକ ସିପିଆଇ (ଏମ- ଏଲ) ରେଡ ଷ୍ଟାର କମ୍ରେଡ ଶଙ୍କର ,ସିପିଆଇ ମାନଵ ଅଧିକାର ସୁରକ୍ଷା ମଞ୍ଚର କମ୍ରେଡ ଗଗନ ଚନ୍ଦ୍ର ମଲ୍ଲିକ, କମ୍ରେଡ ଯୋଗେନ୍ଦ୍ର ବାହାରି ୧୧ଦଫା ଦାବି ନେଇ ଗଣପ୍ରତିବାଦ କରିଥିଲେ। । ଏଥିରେ ୧୧ଟି ଦାବି ମଧ୍ୟରୁ ମୁଖ୍ୟ ଏମ ଜି ଏନ ଆର ଜି ଏ କାମରେ ବର୍ଷକୁ ୩୦୦ଦିନ କାମ ଯୋଗାଇ ଦିଆଯାଉ,ଶ୍ରମିକ୍କାର୍ଡ,ସଂଚୟଖାତା,ଏଟିଏମ୍ଆଦି ହିତାଧିକାରୀଙ୍କୁ ଲୁଟୁଥିବା ଦଲାଲ ଙ୍କୁ ଗିରଫ କରାଯାଉ, ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ ଓ ଅସହାୟ ମାନେ ଭତ୍ତା ନିମନ୍ତେ ଆବେଦନ କରିବା ୬୦ ଦିନ ମଧ୍ୟରେ ଭତ୍ତା ପ୍ରଦାନ କରିବା,ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଆଧାରକାର୍ଡ଼ ଲିଙ୍କ ଓ ଅନ୍ୟାନ୍ୟ ଆଳ ଦେଖାଇ ହଇରାଣ ନକରାଇ ହାତି ଟଙ୍କା ପ୍ରଦାନ ଓ ସମସ୍ୟା ଉପୁଜିଲେ ତତକ୍ଷଣାତ ସମାଧାନ କରିବା,

ରାସନକାର୍ଡ ଆବେଦନ ର ୩୦ ଦିନ ମଧ୍ୟରେ ରାସନ କାର୍ଡ କରି ସାମଗ୍ରୀ ଯୋଗାଇବା ସହ ପୁରୁଣା କାର୍ଡ ରେ ସଦସ୍ୟ ଙ୍କ ନାମ ସଂଯୋଗ କରିବା, ବିଭିନ୍ନ ଶ୍ରମିକ କାର୍ଡ ୨୦ ଟଙ୍କାରେ ପଞ୍ଜିକରଣ କରିବା ସହ ୬୦ ଦିନ ମଧ୍ୟରେ କାର୍ଡ ପ୍ରଦାନ କରିବା, ବାସହିନ ପରିବାର କୁ ଆସନ୍ତା ୯୦ ଦିନ ମଧ୍ୟରେ ଆବାସ ଯୋଗାଇ ଦେବା, ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ କରିବା, ପ୍ରତିଟି ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମି ନିଯୁକ୍ତି ପ୍ରଦାନ କରିବା ସକାଶେ ଦାବି କରିଛନ୍ତି। ଏହି ଗଣଧାରଣା ରେ ଵହୁ ସିପିଆଇ ଏଲ ଏମ ର ବୁଦ୍ଦିଜୀବି ,ନେତାଶ୍ରମିକ ଓ ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.