ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ କାନ୍ଥରୁ ଖସୁଛି ଗ୍ରାନାଇଟ, ଭୟରେ କ୍ରୀଡାପ୍ରେମୀ

add-all

ହିଞ୍ଜିଳିକାଟୁ ୧୮।୫ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଵୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଈଣ୍ଡୋର ଷ୍ଟାଡିୟମ ଵାହାର କାନ୍ଥରୁ ଗ୍ରାନାଇଟ ଖସି ଅଳ୍ପକେ ବର୍ତ୍ତିଲେ କର୍ମଚାରୀ। ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ ନବଵଧୁ ପରି ସଜେଇ ହୋଇ ଧିରେ ଧିରେ ତାର ସୌନ୍ଦର୍ଯ୍ୟ ହରାଇବାକୁ ଵସିଲାଣି। ତରଵରିଆ ଭାବେ ନିମ୍ନ ମାନର କାମ କରାଇ ଗତ ୨ନଭେମ୍ବର ୨୦୨୦ ମସିହାରେ ଭିସି ଜରିଆରେ ମୂଖ୍ୟମନ୍ତ୍ରୀ ଜନସାଧାରଣ ଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରିଥିଲେ ।ପ୍ରକାଶ ଥାଉକି ଉଦଘାଟନ ର ଦୁଇ ଦିନ ପୂର୍ବରୁ ସମ୍ପୃକ୍ତ ଇଣ୍ଡୋର ଷ୍ଟାଡିୟମ ମୁଖ୍ୟ ଲୁହା ଗେଟ ଖୋଲିବା ଵେଳେ ନିମ୍ନ ମାନର କାମ ଯୋଗୁଁ ଗେଟଟି ସେତେବେଳେ ଥିବା ସୁରକ୍ଷାକର୍ମୀ ରବିନାରାୟଣ ପାଳ ଙ୍କ ଉପରେ ପଡି ବାରୁ ସେ ଗୁରୁତର ଆହତ ହୋଇଥିଲେ। ପୂର୍ବରୁ ମଧ୍ୟ ଦୁଇ ଥର ଷ୍ଟାଡିୟମ କାନ୍ଥରୁ ଗ୍ରାନାଇଟ ଖସି ଅଳ୍ପକେ ରକ୍ଷା ପାଇଥିଲେ ସୁରକ୍ଷାକର୍ମୀ।ନିମ୍ନ ମାନର କାମ କରାଯାଇଥିବା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ନେଇ ଅଞ୍ଚଳର ଵୁଦ୍ଧିଯିବି ମହଲରେ ଅସନ୍ତୋଷ ଦେଖାଦେଇଛି। ହିଞ୍ଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ କୁ କ୍ରିଡା ଶିକ୍ଷା ନିମନ୍ତେ ଆସୁଥିବା କ୍ରିଡା ପ୍ରେମି ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।ନିମ୍ନ ମାନର କାମ କରାଇ ଉପରେ ରଙ୍ଗ ମାରି ତରଵରିଆ ଭାବେ ଉଦଘାଟନ କରାଯାଇଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି। ଏନେଇ ଵିଭାଗିୟ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାରୁ ସମ୍ଭବପର ହୋଇନାହିଁ। ହିଞ୍ଜିଳିକାଟୁ ରେ କିଏ କାମ କରୁଛି ତାହା କେହି ଜାଣୁନାହାନ୍ତି। ଉନଡୋର ଷ୍ଟାଡିୟମ ପରିସରରେ ପଲସ୍ତର ଉଠିଗଲାଣି ଵାହାରେ ଘାସ ଲଗାଇ ଚକାଚକ କରାଯାଇଛି। ଵେଳ ଥାଉ ଥାଉ ଏହି କାର୍ଯ୍ୟର ତଦାରଖ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଦାଵି କରିଛନ୍ତି

ad-week
Leave A Reply

Your email address will not be published.