
ମାଲକାନଗିରି, (୧୮।୫) : ଆଜି ସାରା ଓଡିଶାରେ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛିା ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ମୋଟ ୭୧୭୧ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମଧ୍ୟରୁ ୬୮୫୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲୋ ସେଥି ମଧ୍ୟରୁ ୬୬୪୬ ଜଣ ପାସ୍ ହୋଇଥିବା ବେଲେ ଜିଲ୍ଲାରେ ଏ-୧ ଗ୍ରେଡ୍ ରେ ୭ ଜଣ, ଏ୨ ଗ୍ରେଡରେ ୪୭ ଜଣ, ବି-୧ ଗ୍ରେଡରେ ୧୪୪ ଜଣ, ବି-୨ ଗ୍ରେଡରେ ୪୪୯ ଜଣ, ସି ଗ୍ରେଡରେ ୧୪୩୩, ଡି ଗ୍ରେଡରେ ୨୪୨୧ ଜଣ, ଇ ଗ୍ରେଡରେ ୨୧୪୫ ଜଣ, ଏଫ ଗ୍ରେଡରେ ୨୦୩ ଜଣ ଉତୀର୍ଣ ହୋଇଛନ୍ତିା ତେବେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୯୨.୬୮ ପ୍ରତିଶତ ଜିଲ୍ଲାରେ ଉତୀର୍ଣ ହୋଇଛନ୍ତିା ଜିଲ୍ଲା ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୮ ପ୍ରତିଶତ ଛାତ୍ର ପାସ ହୋଇଥିବା ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି । ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଚଳିତ ବର୍ଷ ମୋଟ ୧୨୪ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୨୦ ଜଣ ଉତୀର୍ଣ ହୋଇ ୯୮ ପ୍ରତିଶତ କୃତକାର୍ଯ୍ୟ ହୋଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତିା ବିଦ୍ୟାଳୟର ଛାତ୍ର ସତ୍ୟଜିତ ମିଶ୍ର ମୋଟ ୬୦୦ ମଧ୍ୟରୁ ୫୬୩ ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତିା ଏ ସମ୍ବନ୍ଧରେ ସତ୍ୟଜିତ ମିଶ୍ର ପ୍ରକାଶ କରିଛନ୍ତି ଯେ, ସେ ଭବିଷ୍ୟତରେ ଡାକ୍ତର ହୋଇ ଜନସେବା କରିବା ଲକ୍ଷ ରଖିଛନ୍ତିା ତେବେ ତାଙ୍କ ପିତା ଜେନ ଅଧ୍ୟାପକ ଥିବା ବେଳେ ବର୍ତ୍ତମାନ ସତ୍ୟଜିତ ଓ ତାଙ୍କ ପରିବାର ବ୍ରହ୍ମପୁରରେ ରହୁଥିବା ଜଣା ପଡିଛି ।