ଅଜଣା ବୃଦ୍ଧାଙ୍କ ଶବ ଉଦ୍ଧାର : ଅନାହାର ମୃତ୍ୟୁ କୁ ନେଇ ସନ୍ଦେହ…!!

add-all


ରାଏବଗା-(ବିରମିତ୍ରପୁର) :ଗତ କାଲି ବିଳମ୍ବିତ ରାତିରେ ରାଏବଗା ଥାନା ଅନ୍ତର୍ଗତ ବାଙ୍କିବାହାଲ ଗ୍ରାମର
ଫିଲମନ୍ ନାମକ ବ୍ଯକ୍ତିଙ୍କ ଘର ଆଗରେ ପଡିଥବା ଖଟ ଉପରେ ଜନୈକ ଏକ ବୃଦ୍ଧା ( ୮୦)ଙ୍କର ମୃତ ଶରୀର
ପଡିଥିବାର ଦେଖି ଘରମାଲିକ ଏବଂ ଗ୍ରାମର କିଛି ବ୍ଯକ୍ତି ରାଏବଗା ଥାନା କୁ ଖବର ଦେଇଥିଲେ । ଖବର ପାଇଁ
ରାଏବଗା ଥାନାଧିକାରୀ ଏବଂ କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ଶବଟିକୁ ଜବତ କରିବା ସହ ଆଖପାଖ ଅଞ୍ଚଳରେ ବୃଦ୍ଧାଙ୍କ ବିଷୟରେ ପଚାରି ବୁଝିଥିଲେ ,ଗ୍ରାମବାସୀଙ୍କ କହିବା ଅନୁଯାଇ ଗତକିଛିଦିନ ହେଲା ଵୃଦ୍ଧା ଟି ଆଖପାଖ ଅଞ୍ଚଳରେ ବୁଲାବୁଲି କରୁଥିବା ଦେଖିଥିଲେ । କେହି କେହି ଖାଇବାକୁ ଦେଲେ ଖାଇ ଦେଇ ଏପଟେ ସେପଟେ ଶୋଇ ପଡୁଥିଲା ।
ବୃଦ୍ଧାଙ୍କ ମରଶରୀର କୁ ୭୨ ଘଣ୍ଟା ପୋଲିସ ହେପାଜତ ରେ
ରଖି ବା ଭିତରେ ଯଦି ବୃଦ୍ଧାଙ୍କ ପରିଚିତ କେହି ନ ଆସନ୍ତି ତେବେ ଶବଟିକୁ ପୋଷ୍ଟମର୍ଟମ କରି କିଛି ଗ୍ରାମବାସୀଙ୍କ ସହ
ଯୋଗରେ ପୋଲିସ ଶବସଂସ୍କାର କରିବେ ବୋଲି ସୂଚନା ମିଳିଛି l ସୂଚନା ଥାଉକି ଏହା ଏକ ଅନାହାର ମୃତ୍ୟୁ ନୁହେଁତ ବୋଲି ସାଧାରଣରେ ଚର୍ଚ୍ଚା ହେବାକୁ ଲାଗିଛି..! କିମ୍ବା କୌଣସି ରୋଗ ରେ ପୀଡିତ ଥାଇ ମୃତ୍ୟୁ ହୋଇ ଥାଏ ପାରେ ବୋଲି ସନ୍ଦେହ କରାଯାଇଛି l ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିବ

ad-week
Leave A Reply

Your email address will not be published.