ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ ୧୦୮ ଆମ୍ବୁଲାନ୍ସ ସେବା

add-all

ଦାରିଙ୍ଗବାଡି( ୨୦/୦୫) : କନ୍ଧମାଳ ଜିଲ୍ଲାର ବୃହତମ ବ୍ଲକ ଭାବେ ଦାରିଙ୍ଗବାଡି ବ୍ଲକ ପରିଚିତ। ଏହି ବ୍ଲକ ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହାରି ମଧ୍ୟରେ ବ୍ରାହ୍ମଣୀଗାଁ ବ୍ଲକ ମହକୁମାର ଦ୍ୱିତୀୟ ବୃହତମ ବଜାର। ଏହି ଅଞ୍ଚଳ ବାସୀ ଦୀର୍ଘ ବର୍ଷ ହେବ ୧୦୮ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଜିଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ସୁଧା ଅଦ୍ୟାବଧି ଅଞ୍ଚଳ ବାସୀଙ୍କ ଦୁଃଖ ପୂରଣ ହୋଇ ପାରିନଥିବା ଅଭିଯୋଗ ହେଉଛି। ପ୍ରକାଶ ଥାଉକି ଦାରିଙ୍ଗବାଡ଼ି ବ୍ଲକ ମହକୁମା ଠାରୁ ବ୍ରାହ୍ମଣୀଗାଁର ଦୂରତା ପ୍ରାୟ ୪୦ କିମି। ଗମନା ଗମନ ସୁବିଧା ଦୃଷ୍ଟିରୁ ବ୍ରାହ୍ମଣୀଗାଁ ଡାକ୍ତର ଖାନା ଉପରେ ଏହି ବ୍ଲକ ଅଧିନସ୍ତ ଆଦିବାସୀ ଓ ଦଳିତ ଗରିବ ଶ୍ରେଣୀର ୮ଗୋଟି ଗ୍ରାମ ପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗି, ହାତିମୁଣ୍ଡା, ଗଦାପୁର, ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ ଓ ଝିଞ୍ଜିରିଗୁଡା ପଞ୍ଚାୟତ ବାସୀ ନିର୍ଭର କରନ୍ତି। ଏହାସହିତ ଏହି ସୀମାନ୍ତ ବର୍ତ୍ତୀ ଗଜ ପତି ଜିଲା ମୋହନା ବ୍ଲକ ଅଧିନସ୍ତ ପାଣିଗଣ୍ଡା, କଟାମା ଓ ଗର୍ଡମା ପଞ୍ଚାୟତ ବାସୀ ଜରୁରୀ ପରିସ୍ଥିତିରେ ଏହି ଡାକ୍ତର ଖାନାଉପରେ ନିର୍ଭର କରି ଆସୁଥିବା ପ୍ରକାଶ ପାଇଛି। ହେଲେ ବ୍ରାହ୍ମଣୀଗାଁ ଡାକ୍ତରଖାନା ଠାରୁ ବ୍ଲକ ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦୂରତା ପ୍ରାୟ ୪୦ କି. ମି ହେଉ ଥିବା ବେଳେ ଅନୁରୂପ ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରତା ମଧ୍ୟ ୪୦ କିମି। ପ୍ରାୟତଃ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟାରେ ସଠିକ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହୋଇ ଅଞ୍ଚଳ ଗରିବ ଜନସାଧାରଣ ଆର୍ଥିକ କ୍ଷୟକ୍ଷତି ସହୁଥିବାର ନଜିର ରହିଛି। ରାଜ୍ୟ ସରକାର ସାରା ରାଜ୍ୟରେ ଗରିବ ଜନ ସାଧରଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ବହୁ ବ୍ୟବସ୍ଥା କରି ଥିଲେ ସୁଧା ବ୍ରାହ୍ମଣୀଗାଁ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଅଞ୍ଚଳ ବାସୀ ଆଜ ଯାଏ ୧୦୮ ଆମ୍ବୁଲାନ୍ସ ପାଇବାରୁ ବଞ୍ଚିତ ହୋଇ ରହିଥିବା ଦାବୀ କରି ଆସୁଛନ୍ତି। କଥାରେ ଅଛି ସ୍ବାସ୍ଥ୍ୟହିଁ ସମ୍ପଦ, ଏଣୁ ଜିଲାପାଳଙ୍କ ସହିତ ରାଜ୍ୟ ସରକାର ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ଦୁଃଖ ତଥା ସମସ୍ୟାକୁ ଗୁରୁତ୍ୱ ଦେଇ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ୧୦୮ଆମ୍ବୁଲାନ୍ସ ଗାଡି ଯୋଗାଇ ଦେବାକୁ ସର୍ଵ ସାଧାରଣରେ ଦାବୀ ହେଉଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.