ଦୁଇ ବାଇକ ମଧ୍ଯରେ ଧକ୍କା ପରେ ମାଡିଗଲା ହାଇଓ୍ବା : ୨ ମୃତ୍ୟୁ ଜଣେ ଗୁରୁତର

add-all

ଭଦ୍ରକ //ଚାନ୍ଦବାଲି : ଭଦ୍ରକ ଚାନ୍ଦବାଲି ମୂଖ୍ଯରାସ୍ତାରେ ଉଗ୍ରତରା ଛକ ନିକଟରେ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି ! ଏହି ଦୁର୍ଘଟଣାରେ ୨ ଜଣକଂ ମ୍ରୁତ୍ଯୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ହୋଇଛନ୍ତି ! ପ୍ରକାଶ ଥାଉକି ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଚାନ୍ଦବାଲି ଏନ ଏ ସି ର ତାଡୁ ସାହି ଜଣେ ଯୁବକ ତପୁ ଏବଂ ସାଏଁନ୍ତା ଗ୍ରାମର ମୁନ୍ନା ସାହୁ ଆସୁଥିବାବେଳେ ବିପରିତ ଦିଗରୁ ଚାନ୍ଦବାଲି ରୁ ଭଦ୍ରକ ଅଭିମୁଖେ ଆସୁଥିବା ଉତୁକୁଡା ପଚାଂୟତ ମ୍ରୁଗନୟନୀ ଗ୍ରାମର ଶୁଭମ ପରିଡା ବାଇକରେ ଯାଉଥିଲେ ଉଭୟକଂ ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଥିଲା! ଫଳରେ ଦୁଇଜଣ ଛିଟିକି ପଡିଥିଲେ ! ଏହି ସମୟରେ ପଛ ପଟୁ ଆସୁଥିବା ଏକ ହାଇଓ୍ବା ଦୁହିଁକଂ ଉପରେ ଚଡିଯାଇଥିଲା ! ଫଳରେ ଘଟଣାସ୍ତଳରେ ଉଭୟକଂର ମ୍ରୁତ୍ଯୁ ହୋଇଯାଇଥିଲା ! ବିଳମ୍ବରେ ଅଗ୍ନିଶମ ବାହିନୀ ପହଁଚିବାରୁ ଘଟଣା ସ୍ତଳରେ ଉତ୍ତେଜନା ଦେଖା ଦେଇଥିଲା ! ଚାନ୍ଦବାଲି ପୋଲିସ ଘଟଣା ସ୍ତଳରେ ପହଁଚିବାରୁ ପରିସ୍ତିତି ଶାନ୍ତ ହୋଇଥିଲା ! ଗୁରୁତ୍ତରକୁଂ ଚାନ୍ଦବାଲି ସ୍ବାସ୍ତ୍ଯକେନ୍ଦ୍ରରେ ଭର୍ତି କରାଯାଇଛି !

ad-week
Leave A Reply

Your email address will not be published.