କାଶୀପୁର ଅଞ୍ଚଳ ରେ କାଳବୈଶାଖୀର ତାଣ୍ଡବ…

add-all


କାଶୀପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ବିଭିନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖାଦେଇଥିବା ବେଳେ ବିଭିନ୍ନ ଲୋକ ଙ୍କ କ୍ଷୟକ୍ଷତି ହେଇଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ କାଶିପୁର ବ୍ଲକ ରେ ଅନେକ ସମୟରେ ଲୋକ ଙ୍କ ଧନ ଜୀବନ କ୍ଷତି ହେଉଥିବା ବେଳେ। କିଛିଦିନ ହେବ ଅଦିନିଆ ବର୍ଷା ସହ କୁଆପଥର ବର୍ଷା ରେ ଲୋକ ଙ୍କ ପନିପରିବା,ଆମ୍ବ , ଟମାଟୋ ପରି ବିଭିନ୍ନ ପନିପରିବା ନଷ୍ଟ ହୋଇଯାଇଥିବା ବେଳେ। ସେହିପରି ଗତ କାଲି ଅଦିନିଆ ବର୍ଷା ଯୋଗୁଁ ଦୁଡୁକା ବାହାଲ ପଞ୍ଚାୟତ ଅନ୍ତର୍ଗତ କାଳିଆ ପଡା ଗ୍ରାମ ର ଅଣ୍ଡିରା ଛଓଉଣ୍ଡ ଆରନ୍ତି ନାଏକ, ଏବଂ ମଞ୍ଜୁଳା ନାଏକ ଙ୍କ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ତେବେ ଏହିପରି
ଦୁଇଟା ଘର ଭାଙ୍ଗି ଯାଇଥିବା ବେଳେ କବି ନାଏକଙ୍କ ଆମ୍ବ ବଗିଚା ରୁ ଆମ୍ବ ଝଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସେହିପରି ଗତକାଲି କାଳ ବୈଶାଖୀ ରେ ବର୍ଷା ପବନ ସହ ଘଡଘଡି ଯୋଗୁଁ ଗଛ ପଡ଼ି ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ତେବେ କୁଲି ମଞ୍ଜୁରୀ କରି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଘର କରି ରହୁଥିବା ବେଳେ ଅଦିନିଆ ବର୍ଷା ଯୋଗୁଁ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା କହିଛନ୍ତି।

ad-week
Leave A Reply

Your email address will not be published.