ଟିକିରି ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ଚୟନ

add-all

କାଶୀପୁର : କାଶୀପୁର ବ୍ଲକ ଟିକିରିସ୍ଥିତ ହନୁମାନ ମନ୍ଦିର ପରିସରରେ ଆଜି ବ୍ରାହ୍ମଣ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ହନୁମାନ ଜୀଉଙ୍କ ପୂଜା ଆରାଧନା କରାଯାଇଥିଲା । ବ୍ରାହ୍ମଣ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଏଥିରେସର୍ବସମ୍ମତିକ୍ରମେ ସଭାପତି ଭାବେ ବିଜୟ କୁମାର ଶତପଥୀ, ଉପ ସଭାପତି ରାଜେନ୍ଦ୍ରପ୍ରସାଦ ପାଢ଼ୀ ,ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ଯୁଗ୍ମ ସମ୍ପାଦକଏବଂ କୋଷାଧ୍ୟକ୍ଷ ଭାବେ ଯୋଗେଶ୍ଵର ପାତ୍ର (ଚିଙ୍କୁ) ଙ୍କୁ ମନୋନୀତ କରାଯାଇ ଥିଲା । ସେହିପରି ନିୟମିତ ଭାବେ ସଙ୍ଘର ବୈଠକକରାଯାଇ କଲ୍ୟାଣ ମୂଳକ କାର୍ଯ୍ୟ କରିବାକୁ ଆଲୋଚନା କରା ଯାଇଥିଲା। ଗରୀବଶ୍ରେଣୀର ବ୍ରାହ୍ମଣ ବାଳକଙ୍କ ବ୍ରତ ଏବଂ ଝିଅ ବାହା ଘରରେ ସଙ୍ଘ ସହାୟତା ନେଇ ନିଷ୍ପତ୍ତିନିଆ ଯାଇଥିଲା । ବୈଠକରେ ଅରୁଣ ମିଶ୍ର, ମାଜି ଗୌରୀ ମିଶ୍ର, ଅନନ୍ତ ଷଡ଼ଙ୍ଗୀ, ସୀମାଞ୍ଚଳ ଷଡ଼ଙ୍ଗୀ, ନିରୁ ହୋତା, ସୁରେଶ ଷଡ଼ଙ୍ଗୀ, ହରିହର ମିଶ୍ର, ରବୀନ୍ଦ୍ର ତ୍ରିପାଠୀ, ଜିତୁ ସାବତ, କିଶୋର ଷଡ଼ଙ୍ଗୀ ସୁରେନ୍ଦ୍ର ପଣ୍ଡାପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହନୁମାନ ମନ୍ଦିର ପୂଜକ ତଥା ସଙ୍ଘର ନୂତନ ସମ୍ପାଦକ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.