ବ୍ରହ୍ମପୁରରେ ଧଳା ଜହର କାରବାର : ଟାଉନଥାନା ପୋଲିସ ଦୁଇ ଜଣଙ୍କୁ କଲା ଗିରଫ

add-all

ବ୍ରହ୍ମପୁର : ଧଳା ଜହର ପଛରେ ଯୁବ ପିଢ଼ି | ତାହାର ଫାଇଦା ଉଠଉଛନ୍ତି ବ୍ୟବସାୟୀ l ଯୁବ ପିଢ଼ି କୁ ଆକୃଷ୍ଟ କରି ମୁଖ୍ୟତଃ କଲେଜ ଆଖପାଖ ଅଞ୍ଚଳ ରେ ଏହି ବ୍ୟବସାୟ ଚଲାଇ ଥାନ୍ତି | ନିକଟରେ ବ୍ରହ୍ମପୁର ମେଡିକାଲ କଲେଜ ପଡିଆ ଠାରୁ କିଛି ଧଳା ଜହର ସହ ଅପରାଧୀ କୁ ଗିରଫ କରିଥଲା ପୋଲିସ l ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖି ଥିଲା ଏହି ଧଳା ଜହର କାରବାର ପ୍ରତି ଆଜି ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଚଢଉ କରିଥିଲା । ଏହି ସମୟରେ ବଡବଜାର ଥାନା ଅନ୍ତର୍ଗତ ଧନମେରା ରଞ୍ଜନ ଦାଶ ଏବଂ ଋତୁ ରଞ୍ଜନ ନିମାଇ ଓରଫ ଚିକୁ କୁ କାବୁ କରିଥିଲା ପୋଲିସ । ସେମାନଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ୨୮ଗ୍ରାମ-୯୫ମିଲିଗ୍ରାମର ବ୍ରାଉନ ସୁଗର ,ଗୋଟେ ମୋବାଇଲ ,୧୦ଟି ହଳଦିଆ ପେପର ପୁଡା ସହିତ ୪ହଜାର୨୭୦ଟଙ୍କା ଜବତ କରିଛି ପୋଲିସ । ସେମାନେ ବିଗତ ଛଅ ମାସ ଧରି ଏହି କାରବାରରେ ଜଡିତ ରହିଛନ୍ତି ।ତେବେ ଏହା ସହିତ ଆଉ କିଏ ଜଡିତ ରହିଛନ୍ତି ଏନେଇ ଅଧିକ ତଦନ୍ତ କରୁଛି ପୋଲିସ।ରଞ୍ଜନ ଦାଶ ନାମରେ ପୂର୍ବରୁ ଟାଉନ ଥାନାରେ ତିନୋଟି ଏବଂ ବଡବଜାର ଥାନାରେ ପାଞ୍ଚ ଟି ମାମଲା ରହିଛି।ସେହିପରି ଋତୁ ରଞ୍ଜନ ନିମାଇ ନାମରେ ବଡବଜାର ଥାନାରେ ଗୋଟିଏ ମାମଲା ରହିଥିବା ଏସ.ପି ଡା. ସର୍ବଣା ବିବେକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.