ଗ୍ରୀଷ୍ମକାଳୀନ ଫୁଟବଲ ଓ ଯୋଗଶିବିର ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ (୨୩।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଗୃହରେ ଜଗନ୍ନାଥ ପ୍ରଯୋଜନା ଟିମ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକ ଶିବ ପ୍ରସାଦ ପ୍ରଧାନ ଓ ଅନ୍ୟ ମାନଙ୍କ ଦ୍ଵାରା ପାଞ୍ଚ ବର୍ଷ ବୟସରୁ ଷୋହଳ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ମାନଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିର ମେ ମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜଗନ୍ନାଥ ପ୍ରଯୋଜନା ଟିମ ମୁଖ୍ୟ ସୁନିଲ କୁମାର ପାଢି ଙ୍କ ପୌରୋହିତରେ ଆୟୋଜିତ ଶିବିରକୁ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ମୁଖ୍ୟ ଅତିଥି ଭାଵେ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥିଭାବେ ଆସିକା ସଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ,ଛତ୍ରପୁର ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଯୋଗଦେଇ ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଶିବିରରେ ୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରିଡା ଶିକ୍ଷକ ତଥା ପ୍ରଶିକ୍ଷକ ଧିରସମିର ପାଣିଗ୍ରାହୀ, ରଜନୀକାନ୍ତ ସାହୁ, ମୁନା ସାହୁ, ରମେଶ ଚନ୍ଦ୍ର ବେହେରା, ସୁମନ ଦାସ, ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.