
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେ ଥିବା ଅଧିକାଂଶ ବେଦେଶୀ ଠିପିବନ୍ଦ ମଦଦୋକାନ ରେ ଖୁଲାମ ଖୁଲା ମଦ ଖୋଲା ରେ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ସବୁ ଜାଣି ନିରବ ରହିବା ପଛରେ କି ରହସ୍ୟ ଅଛି ତାହା ସାଧାରଣ ରେ ଆଲୋଚନା ହେଉଛି। ସନ୍ଧ୍ୟା ହେଲେ ବହୁ ବିଦେଶୀ ମଦ ଦୋକାନରେ କିପରି ଖୋଲା ମଦ ବିକ୍ରି ହେଉଛି ଦୋକାନ ରେ ଲାଗିଥିବା ସି ସି କେମେରା ଯାଂଜ କଲେ ସବୁ ଘଟଣା ଲୋକଲୋଚନକୁ ଆସିବ ବୋଲି ସାଧାରଣ ରେ ଆଲୋଚନା ହେଉଛି।ଯେଉଁ ସବୁ ମଦ ଦୋକାନରେ ଖୋଲା ରେ ମଦ ବିକ୍ରି ହେଉଛି ସେଠାରେ ଅପରାଧ ଓ ଅପରାଧୀ ମାନଙ୍କ ଆସର ଜମୁଥିବା ଦେଖିବାକୁ ମିଳୁଛି। ସରକାର ଙ୍କସମସ୍ତ ନୀତି ନିୟମକୁ ଉଲଂଘନ କରି ଏହି ସବୁ କାରନାମା ଚାଲିଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ଚୁପ ରହିବାର ସୁଯୋଗ ନେଇ କେତେକ ଛୋଟ ଦୋକାନୀ ମଧ୍ୟ ନିମ୍ନମାନର ମଦ ଆଣି ଗଳି କନ୍ଦି ରେ ଅବାଧ ରେ ବିକ୍ରି କରିବାକୁ ସାହସ କରିଲେଣି। ଗଂଜାମ ଆରକ୍ଷୀ ଅଧିକ୍ଷକ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଓ ଅବକାରୀ କମିଶନର ଯଦି ଅଚାନକ ଚଢ଼ାଉ କଲେ ସବୁ ଘଟଣା ଲୋକ ଲୋଚନକୁ ଆସିବ ବୋଲି ସଚେତନ ମହଲରେ ଦାବି ହେଉଛି। ମଦ ଦୋକାନ ଆଗରେ ଏପରି ଭିଡ଼ ହେଉଛି ନକହିବା ଭଲ, ସେହି ରାସ୍ତା ଦେଇ ବୁଦ୍ଧି ଜୀବି ଖାସ କରି ଯୁବତୀ ଓ ମହିଳା ମାନେ ଯିବା ଆସିବା କୁ ଭୟ କରୁଛନ୍ତି ତଳ ଦିନେ ବ୍ରହ୍ମପୁର ଏସ. ପି ମଦ ଦୋକାନ କୁ ନେଇ ତାଗିଦ କରିଥିଲେ କିନ୍ତୁ ତାହା କେବଳ କାଗଜ କଲମ ରେ ସୀମିତ ରହିଲା l ପ୍ରତ୍ୟେକ ଦିନ ପୋଲିସ ପେଟ୍ରୋଲିଙ୍ଗ କରୁଛି, ଅବକାରୀ ବିଭାଗ କର୍ମଚାରୀ ମାନେ ପଇତରା ମାରୁଛନ୍ତି କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଚୁପ ବସିଛନ୍ତି l ସରକାରୀ ନିୟମ କୁ ଯେତିକି ମଦ ବ୍ୟବସାୟୀ ମାନେ ମାନୁ ନାହାନ୍ତି ତାହା ଠାରୁ ବେଶୀ ସରକାରୀ ବାବୁ ମାନେ କାର୍ଯ୍ୟକ୍ଷମ କରୁ ନଥିବା ଦେଖିବାକୁ ମିଳୁଛି ଏଠାରେ ବାଡ଼ ଖାଉଛି ଫସଲ ଭୋଗୁଛନ୍ତି ନିରୀହ ଜନତା l ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣ ରେ ଅନୁରୋଧ କରୁଛନ୍ତି.. l