ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ସାପ୍ତାହିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ଦାରିଙ୍ଗବାଡ଼ି :,୨୪/୫ ଦାରିଙ୍ଗବାଡ଼ି ଠାରେ ଆଜି ତାଲୁକ ଆଇନ ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ସାପ୍ତାହିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବିଷୟରେ ଆଲୋଚନା କରାଯାଇଥିଲା। ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ୧୪ ବର୍ଷ ରୁ କମ ମାନସିକ ଅନଗ୍ରସର ପିଲାଙ୍କୁ ଏକ କୀଟ ଉପହାର ସ୍ୱରୂପ ଦିଆଯିବା ସହିତ ମଧୁବାବୁ ପେନସନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଅଡ଼ର ମଧ୍ୟ ଦିଆ ଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମ ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବା ସୂଚନା ରହିଛି । ଏହି ଅବସରରେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର , ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ରସାନନ୍ଦ କର , ବରିଷ୍ଠ ଓକିଲ ଉମେଶ କର , ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଓ ମାନବ ସମ୍ବଳ ଶିକ୍ଷକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.