ଭୂସ୍ଖଳନ ପ୍ରଭାବିତଙ୍କୁ ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ…

add-all

ଦାରିଙ୍ଗବାଡି,୨୫/୫, ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରିପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ଗତ ନଭେମ୍ବର ମାସରେ ଭୂସ୍ଖଳନ ହୋଇଥିଲା। ଏନେଇ ଉଭୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ଗାଁ ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲା। ଉକ୍ତ ସ୍ଥାନରେ ବସବାସ ଲୋକଙ୍କ ପାଇଁ ବିପଦ ସଙ୍କୁଳ ଥିବା ଯୋଗୁଁ ଉକ୍ତ ସ୍ଥାନରୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର କରି ଅନ୍ୟ ଏକ ସ୍ଥାନରେ ରହିବା ନିମନ୍ତେ ପ୍ରଶାସନ ନିଷ୍ପତି ନେଇ ୯୬ ପରିବାରଙ୍କୁ ଘରବାରି ଜମି ଓ ଆବାସ ଯୋଜନାରେ ଘର ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିଷ୍ପତି ନେଇଥିଲା। ନିଷ୍ପତି ପ୍ରକାରେ ଗତକାଲି ବ୍ଲକ୍ କାର୍ଯ୍ୟାଳୟରେ ବ୍ଲକ୍ ଅଧକ୍ଷ ସୁଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ୬ ଜଣଙ୍କୁ ବିଜୁ ପକ୍କା ଘର ଯୋଜନାରେ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ସୂଚନା ଦେଇଛନ୍ତି । କାର୍ଯ୍ୟାଦେଶ ପ୍ରଦାନ ସମୟରେ ବିଡ଼ିଓ ଙ୍କ ସମେତ ସହକାରୀ ଯନ୍ତ୍ରୀ ଶିଶିର ପାତ୍ର, ବିପିସି ରଞ୍ଜିତ ଦିଗାଲ ସମେତ ହିତାଧୀକାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.