ଚନ୍ଦ୍ର କଳ୍ପେଶ୍ବର ମନ୍ଦିରରେ ବିବାହ ବନ୍ଧନରେ ଦେବ ଦମ୍ପତି

add-all

ହିଞ୍ଜିଳିକାଟୁ ୨୫।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ କଳ୍ପେଶ୍ବର ମନ୍ଦିର ପରିସରରେ ଦୁଇଦିନ ଧରି ଚାଲିଥିବା ଶିତଳଷଷ୍ଠୀ ଯାତ୍ରା ଗୁରୁବାର ଉଦଯାପିତ ହୋଇଯାଇଛି। ଦେବ ଦମ୍ପତ୍ତିଙ୍କ ବିବାହ ଧୂମଧାମରେ ବୈଦିକ ରୀତିନିତୀ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି। ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର ମନ୍ଦିର ରେ ପରମ୍ପରା ଅୁନାଯାୟୀ ପ୍ରମୋଦ କୁମାର ପାଢି ଓ ସ୍ତ୍ରୀ ଜୋଛନାରାଣୀ ପାଢି ମାତା ପାର୍ବତୀଙ୍କ ପିତା ମାତା ଦାୟିତ୍ବ ଗ୍ରହଣ କରିଛନ୍ତି। କିଶୋର ଚନ୍ଦ୍ର ପାଢୀ ପ୍ରଭୁ ଶଙ୍କରଙ୍କର ବାପା ହୋଇ ଉଭୟଙ୍କର ବିବାହକାର୍ଯ୍ୟ ସମାପନକରିଥିଲେ।

ବୁଧବାର ପରମ୍ପରା ଅନୁଯାୟୀ ମାଁ ପାର୍ବତୀଙ୍କୁ ଵରଣ କରିବା ନିମନ୍ତେ ସୁସଜ୍ଜିତ ବିମାନରେ କନ୍ୟାପିତା ଙ୍କ ଘରକୁ ଯାଇଥିଲେ ବରପିତା ।କନ୍ୟାବରଣ ଲୁଗା ଓ କଳସି କୁ ମହିଳା ମାନେ ବନ୍ଦାପନା କରି ଘର ମଧ୍ୟକୁ ପାଛୋଟି ନେଇଥିଲେ। କନ୍ୟାପିତା ପ୍ରମୋଦ କୁମାର ପାଢି ଓ ପତ୍ନୀ ଙ୍କ ସମେତ ସପରିବାର ଏବଂ ଵନ୍ଧୁକୁଟୁମ୍ବ ଉପସ୍ଥିତ ରହି ବରଯାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ସମସ୍ତ ଜୌତୁକ ସାମଗ୍ରୀ ସହ ସରକାରଙ୍କୁ ମନ୍ଦିର ପରିସରକୁ ପାଛୋଟି ନେଇ ବିଧିପୂର୍ବକ ବିଭାହ ସମ୍ପନ୍ନ ହୋଇଥିଲା । ବନ୍ଦାପଣା ଓ ହୁଳହୁଳି ରେ ମନ୍ଦିର ପରିସର କମ୍ପି ଉଠିଥିଲା। ଗୁରୁବାର ରାତିରେ ଦେବଦମ୍ପତିଙ୍କୁ ସୁସଜ୍ଜିତ ବିମାନରେ ଘଣ୍ଟସ୍ଥଳ, ବିଭିନ୍ନ ଵାଦ୍ୟଯନ୍ତ୍ର ମହୁରି ତୁରିର ତାଳେ ତାଳେ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ରଞ୍ଜନ କୁମାର ସାହୁ ,ପବିତ୍ର ନାୟକ, ସନାତନ ନାହାକ, ପ୍ରଶନ ନାୟକ, ନବୀନ ସେନାପତି, ମଣ୍ଟୁ ସାହୁ, ସିମାଞ୍ଚଳ ସାହୁ, ମାନସ ଵେହେରା,ହେମନ୍ତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ବିଭିନ୍ନ ଶୈବପୀଠ ଗୁଡିକରେ ଶିତଳଷଷ୍ଟି ଯାତ୍ରା ଓ ଦେବଦମ୍ପତିଙ୍କ ବିଭାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ad-week
Leave A Reply

Your email address will not be published.