ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆର୍ଥିକ ଅନିୟମିତତା : ପ୍ରଧାନ ଶିକ୍ଷକଙ୍କୁ ବହିଷ୍କାର ଦାବୀ

add-all

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି, ରୋଷେଇ ସରଞ୍ଜାମ କିଣାରେ ଅନିୟମିତତା, ଉନ୍ନୟନ କାର୍ଯ୍ୟ ଅର୍ଥ ଆତ୍ମସାତ ସମ୍ପର୍କରେ ଲିଖିତ ଭାବେ ଜିଲାପାଳଙ୍କୁ ଜଣାଇବା ସହ ତଦନ୍ତକାରୀ କମିଟି ସମ୍ମୁଖରେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମୁନି ପିଲାଙ୍କ ଷ୍ଟାଇପେଣ୍ଡ ଅର୍ଥ ଦେଇନଥିବା ଓ ମନ ଇଚ୍ଛା ପିଲାଙ୍କୁ ଟିସି ଦେବା ସମ୍ପର୍କରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଡ୍ରପ ଆଉଟ ପିଲାମାନଙ୍କୁ ବିଦ୍ୟାଳୟ ଅଣାଯାଉଛି।ଆତ୍ମସାତ ଅର୍ଥ ଆଦାୟ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଦଡକିରୁ ବଦଳି ପାଇଁ ଦାବୀ କରିଛନ୍ତି ସ୍କୁଲ କମିଟି ସଭ୍ୟ ଓ ଗ୍ରାମବାସୀ।ସଭାପତି ଅଶ୍ୱିନୀ କୁମାର ମଲିକଙ୍କ ସହ ସ୍ନେହଲତା ସଲିକ ପ୍ରଶାନ୍ତି କହଁର, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଶତାଧିକ ଗ୍ରାମବାସୀ ଓ ସରପଞ୍ଚ ଦଡକି ତଦନ୍ତକାରୀ ଅଧିକାରୀଙ୍କ ନକଟରେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.