ଗାଧୋଇବା ବେଳେ ପୋଖରୀରେ ବୁଡ଼ି ନାବାଳକ ମୃତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ଆଠ ବର୍ଷର ପୁଅ ଶୁଭଜିତ ପ୍ରଧାନ ପୋଖରୀ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ସେ ଖରା ଛୁଟିରେ ମାମୁଁ ଘର ଗୁଞ୍ଜିଗାଁକୁ ବୁଲି ଯାଇଥିଲେ। ଆଜି ସକାଳୁ ପୋଖରୀକୁ ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। ସେଠାରେ ବୁଡ଼ି ଯାଇଥିଲେ ଶୁଭଜିତ।
ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ.ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ଆଣିବା ପରେ କ.ନୂଆଗାଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣଙ୍କର ଏପରି ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.