ମାଡ ମାରୁଥିବା ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

add-all

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅଧୀନ କମାପଲି ଭେଣ୍ଡିଂଜୋନ ନିକଟରେ ଗତ ମଙ୍ଗଳବାର ଜଣେ ନାବାଳିକାଙ୍କୁ ରାସ୍ତାରେ ଘୋଷାରି ନିଆଯାଉଥିବା ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହୋଇଥିଲା। ବ୍ରହ୍ମପୁର ଏସ୍‌ପି ଡ଼. ଶ୍ରବଣା ବିବେକ ଏମ୍‌. ଏ ସମ୍ପର୍କରେ ଜାଣିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ନାବାଳିକାଙ୍କ ଅଭିଯୋଗକ୍ରମେ ପୋଲିସ ସେମାନଙ୍କୁ ଗିରଫ କରି ପରେ ଥାନାରୁ ଜାମିନରେ ଛାଡ଼ିଛି। ଅନ୍ୟପଟେ ସମ୍ପୃକ୍ତ ନାବାଳିକା ଜଣଙ୍କ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ବେଳେ ସେଠାରେ ଏନେଇ ନିଖୋଜ ମାମଲା ରୁଜୁ ହୋଇଥିଲା। ନାବାଳିକା ଜଣଙ୍କୁ ବିଚ୍‌ ରାସ୍ତାରେ ଘୋଷାରି ନେବା ଘଟଣା ପରେ ତାଙ୍କୁ ବ୍ରହ୍ମପୁରର ଜଣେ ଯୁବକ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବ୍ରହ୍ମପୁର ଆଣି ରଖିଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଯୁବକଙ୍କ ମା ଓ ଭଉଣୀ ଏହା ଜାଣିବା ପରେ ତାଙ୍କ ପୁଅ ଓ ନାବାଳିକା ରହୁଥିବା ଘରେ ପହଞ୍ଚିଥିଲେ। ସେଠାରୁ ଉଭୟ ମହିଳା ଘର ଭିତରୁ ନାବାଳିକାଙ୍କୁ ଟାଣି ଆଣି ବିଚ୍‌ ରାସ୍ତାରେ ଘୋଷାରି ନେଉଥିଲେ ବୋଲି ଏସ୍‌ପି ଶ୍ରବଣା ବିବେକ ଏମ୍‌ କହିଛନ୍ତି।

ad-week
Leave A Reply

Your email address will not be published.