ଜିଲ୍ଲା ଶିଶୁ ଯତ୍ନ ଅନୁଷ୍ଠାନ କର୍ମଚାରୀଙ୍କ ଦିନିକିଆ ତାଲିମ କର୍ମଶାଳା

add-all

ଫୁଲବାଣୀ (୨୬.୫) : ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ଏବଂ ସେମାନଙ୍କ ବ୍ୟକ୍ତିଗତ ସୂଚନା ଗୋପନୀୟତା ପ୍ରତି ସର୍ବଦା ଯତ୍ନଶୀଳ ହେବା। ସରକାରଙ୍କ ଗାଇଡଲାଇନ ଅନୁସାରେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଏବଂ ତାଲିମ ଦ୍ଵାରା ଅଧିକ ସଶକ୍ତ ହେବା ବୋଲି ଆଜି ସ୍ଥାନୀୟ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିନିକିଆ ତାଲିମ କର୍ମଶାଳା ରେ କହିଛନ୍ତି ବିଶିଷ୍ଟ ବକ୍ତା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସି ସି ଆଇ ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। କଟକ ସଂଯୋଗ ଅନୁଷ୍ଠାନର ପି ଡି ପ୍ରଶାନ୍ତ କୁମାର ପାଲଟା ସିଂ ତାଲିମ ଦେଇଥିଲେ। ତାଲିମ କର୍ମଶାଳାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ସଦାଶିବ ପାତ୍ର,ମମତା ଦାସ ପ୍ରମୁଖ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ସୁରକ୍ଷା ଓ ଯତ୍ନର କେତେକ ଦିଗ ପ୍ରତି ଆଲୋଚନା କରିଥିଲେ ସିଡ଼ବ୍ଲୁସି ସଦସ୍ୟ। ଶେଷରେ ଡିସି ପିୟୁ ୟୁନିଟର ଅଧିକାରୀ ସୁନୀଲ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.