ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପୁରସ୍କୃତ

add-all

ଫୁଲବାଣୀ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ସାଇ ବିଦ୍ୟାଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନାଟ୍ୟ ଜଗତର ପ୍ରବାଦ ପୁରୁଷ ଓ ନାଟ୍ୟ ଜଗତର ବାଦଶାହା ଡ଼ଃ. ସଚ୍ଚି ଦାସଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବା ସହ ୪୯ବର୍ଷ ତଳେ ଡ଼ଃ. ଦାସଙ୍କ ଲିଖିତ ନାଟକ ନୀଳ ଆକାଶ ଦୂର ବନାନୀ ଅଭିନୀତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସମାଜର ପ୍ରତିନିଧି କିଶୋର ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଡଃ ସଚ୍ଚି ଦାସଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର, ଉପଢୌକନ ସମ୍ମାନୀତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଓଡ଼ିଶାର ସର୍ବ ପୂରାତନ ନାଟ୍ୟ ଅନୁଷ୍ଠାନ ବନାନୀ କଳାସଙ୍ଗମର ସମ୍ପାଦକ, କଳାକାର, ସମାଜସେବୀ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ କୁମାର ଜେନାଙ୍କୁ ପୁଷ୍ପଗଛ, ଉପଢୌକନ, ମାନପତ୍ର ଟ୍ରଫି ସହ ପାଞ୍ଚ ହଜାର ଟଙ୍କା ନଗଦ ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନାନୀ କଳା ସଙ୍ଗମ ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ସମାଜ ସେବୀ ଅଶୋକ ପରିଡା, ଶିବରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଓଡିଶା ନାଟ୍ୟସଂଘର ସମ୍ପାଦକ ଶୁଭକାନ୍ତ ପାଢୀ ପ୍ରାରମ୍ଭିକ ସୂଚନା ଦେଇଥିଲେl

ad-week
Leave A Reply

Your email address will not be published.