ଗଡିଲା ବିଶ୍ବ ପରିବେଶ ରଥ

add-all

ଫୁଲବାଣୀ: ସ୍ବାତୀ ଓ ଆତ୍ମା, କନ୍ଧମାଳର ମିଳିତ ସହଯୋଗରେ ରାଇକିଆ ବ୍ଲକରେ ପରିଚାଳିତ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ବାରା ଆର୍ନ୍ତଜାତିୟ ମାଣ୍ଡିଆ ବର୍ଷ ଉପଲକ୍ଷେ, ଏକ ଭିନ୍ନ ଉପାୟରେ ବିଶ୍ଵ ପରିବେଶ ଦିବସକୁ ପାଳନ କରିବାର ଶୁଭାରମ୍ଭ କରାଯାଇଛି । ବିଶ୍ଵପରିବେଶର ମୁଖ୍ୟ ବିଷୟ ବସ୍ତୁ ଯଥା ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କୃଷି ଓ କୃଷକ ଉପରେ ପଡୁଥିବା ପ୍ରଭାବ ନିମନ୍ତେ ଜନ ସଚେତନତା ଓ ଜନଭାଗିଦାରିକୁ ଆଗେଇନେବାକୁ ରାଇକିଆ ବ୍ଳକର ବିଭିନ୍ନ ଗ୍ରାମ ଓ ଗ୍ରାମ ପଂଚାୟତ ସ୍ତରରେ ୪ ଦିନିଆ ସଚେତନତା କାର୍ଯ୍ୟକ୍ରମ ରଖା ଯାଇଛି । ତା ୨୬/୫/୨୩ ରୁ ୨୯/୫/୨୩ ରିଖ ଯାଏ କରିବା ପାଇଁ ଏକ ସୁସଜ୍ଜିତ ରଥ ମାଧ୍ୟମ ରେ ବିଭିନ୍ନ ବାର୍ତା ଦେବାପାଇଁ ସୁଭାରମ୍ଭ କରାଯାଇଛି,ଏହାକୁ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ, ସହ କୃଷି ଅଧିକାରିଣୀ ସୁଦିପ୍ତା ପ୍ରଧାନ, ବ୍ଲକ କର୍ମକର୍ତା ଆଶିସ କୁମାର ନାୟକ, ସଂଗୀତା ନାୟକ ଜି.ପି.ଓ ଏବଂ ସାହାରା ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକ ଙ୍କ ଉପସ୍ଥିତିରେ ବିଶ୍ଵ ପରିବେଶ ରଥକୁ ଉଦଘାଟନ କରାଜାଇଛି । ଲୋକ ମାନଙ୍କୁ ପରିବେଶ ସନ୍ତୁଳନ ପାଇଁ ପରିବେଶ ସଫା ରଖିବା, ବୃକ୍ଷ ରୋପଣ, ମାଣ୍ଡିଆ ଚାଷ, ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ, ଉପରେ ବାର୍ତା ଦେବା ଏହି ଅଭିଜାନର ମୂଲ ଉଦେଶ୍ୟ । ଏଥିରେ ଓଡିଶା ଜିବୀକା ମିଶନ ର ସି.ଆର.ପି. ଓ ସ୍ଵୟଂ ସହାୟକ ଦଳ ର ସଭ୍ୟା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ବାତୀ ର କର୍ମକର୍ତା ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ ଓ ହୃଶିକେଶ ଅମାୟତ, ନିକୁନ୍ତ ପ୍ରଧାନ, ପ୍ରତିଶି କୁମାର ସାହୁ, ସଞ୍ଜୟ ରଣା ଓ ଦିଲିପ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.