ଆନ୍ଧ୍ର କଳାକାର ମହାସଂଘମ୍ ପକ୍ଷରୁ ଲୋକ ନାଟକର ପାରମ୍ପରିକ ରୀତି ଅକ୍ଷୁର୍ଣ୍ଣ ପ୍ରତି ଗୁରୁତ୍ୱାରୋପ

Independence

ମଞ୍ଜୁଷା (ଆ.ପ୍ର) (୨୮/୦୫ ) : ଆନ୍ଧ୍ର ପ୍ରଦେଶ ମଞ୍ଜୁଷା ମଣ୍ଡଳ ଅନ୍ତର୍ଗତ ବୁଡ଼ାର ସିଂ ଗ୍ରାମ ଠାକୁରାଣୀ ଯାତ୍ରା ଅବସରରେ ‘ଓଡିଆ କଳାକାର ମହାସଂଘମ୍’ ପକ୍ଷରୁ ଲୋକନାଟକ ବିଚିତ୍ରା ଆୟୋଜିତ ହୋଇଯାଇଛି । ମହାସଂଘମ୍ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ଏନ୍. ନୀଳକଣ୍ଠ, ଗ୍ରାମୀଣ ନେତା କୁରା ଗୌଡ, ନାଟ୍ୟକାର ଯୁଦ୍ଧିଷ୍ଟିର ଭଞ୍ଜ ସାମନ୍ତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକ ନାଟକରେ ପାରମ୍ପରିକ ରୀତି ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିଜ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ ଦେଇଥିଲେ । ଏହି ଅବସରରେ ସର୍ବଶ୍ରୀ ହରିକୃଷ୍ଣ ରାଉଳ, ବାବୁଲା ସାହୁ, ଟୁନା ପ୍ରଧାନ, ଜାନକୀ ପଣ୍ଡା, ମୀରା ମହିଳା ଦ୍ୱାରୀ ପ୍ରମୁଖ ଆନ୍ଧ୍ର ନିବାସୀ ଓଡ଼ିଆ କଳାକାରଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଂଘମ୍ ସମ୍ପାଦକ ସୁରେଶ ପାଣିଗ୍ରାହୀ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ସୁଚାରୁ ସମ୍ପାଦନ କରିଥିଲେ । ଆନ୍ଧ୍ର ନିବାସୀ ବହୁ ଓଡ଼ିଆ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଶ୍ରୀବୃଦ୍ଧି ଘଟାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ୍ୟ ଯାତ୍ରା କମିଟି ସମ୍ପୂର୍ଣ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.