
ବ୍ରହ୍ମପୁର : ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନ ତରଫରୁ ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ମେନ ରୋଡ ନିକଟରେ ଏବଂ ବିଜୁପଟନାୟକ ବସ୍ତି , ଗୋଶାଣୀନୂଆଗାଁ ବସ୍ତି , ଚନ୍ଦନନଗର ବସ୍ତିରେ ମଧ୍ୟ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି। ଏଥିସହିତ ଆଜି ବ୍ରହ୍ମପୁର ସାତ୍ତ୍ୱିକ ସୋଲ୍ ଫାଉଣ୍ଡେସନର ଏକ ବର୍ଷ ସମାପ୍ତ ହୋଉଛି ଯାହାକି ଏକ ସ୍ୱତନ୍ତ୍ର ଦିବସ ସମସ୍ତଙ୍କ ପାଇଁ । ଏଥିରେ ଜିଲ୍ଲା ସମନ୍ବୟକ ଭରତ ଗୌରବ ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ।
ନାରୀର ପ୍ରାକୃତିକ ଦାନ ହେଉଛି ଋତୁସ୍ରାବ, ଯାହାକୁ ନେଇ ସମାଜର କିଛି ଲୋକ କିଛି ସ୍ଥାନରେ ଏହାର ପରିହାସ କରିଥାନ୍ତି। ସେହିପରି ଆଜି ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ରେ ଋତୁସ୍ରାବ ସମ୍ପର୍କରେ ସଚେତନତା ତଥା ସମସ୍ତ ନାରୀମାନଙ୍କ ଏହା ପ୍ରତି ରହିଯାଉଥିବା ଲଜ୍ୟାକୁ ସମାଜ ଆଗରେ ଭାଙ୍ଗିବା ଉଦେଶ୍ୟ ରେ ମେ -୨୮ ତାରିଖ କୁ ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ରୂପେ ପାଳନ କରାଯାଏ। ଏହିପରି ଭାବରେ ଆମର ଦୀର୍ଘ ୪ ରୁ ୫ ଦିନ ର ଅକ୍ଲାନ୍ତ ପରିଶ୍ରମ ଜରିଆରେ ଆମେ ଏହି ଦିବସ ଟିକୁ ଖୁବ ଆଡମ୍ବର ର ସହ ପାଳନ ତଥା ଆମର ପ୍ରତେକ ଭାଷା କୁ ସମସ୍ତ ନାରୀ ଏବଂ ସମାଜ ର ପ୍ରତେକ ସଦସ୍ୟ ଙ୍କ ନିକଟରେ ଉପସ୍ଥାପନା କରିବାର ପ୍ରଚେଷ୍ଟା ଜାରି ରଖିଥିଲୁ। ସେହିପରି ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ରେ ଆମର ଏକ ମୂଳ ଲକ୍ଷ୍ୟ ମଧ୍ୟ୍ୟ ରହିଥିଲା,ଯାହାକି 2030 ସୁଧା ସମାଜରେ ଋତୁସ୍ରାବ କୁ ନେଇ ଥିବା ସମସ୍ତ ପ୍ରକାର ର ସାମାଜିକ କୁପ୍ରଥା, ଅନ୍ଧବିଶ୍ୱାସ ତଥା ଭ୍ରାନ୍ତ ଧାରଣାକୁ ଦୂର କରିବା,ସମାଜରେ ଋତୁସ୍ରାବକୁ କିଭଳି ଭାବରେ ଏକ ସାଧାରଣ ଜୀବନଯାପନ ଭାବରେ ଗ୍ରହଣ କରାଯାଇ ଏକ ସୁସ୍ଥ ପରିବେଶ ଗଠନ କରିବା ଆମର ମୁଖ୍ୟ ଚେଷ୍ଟା ମଧ୍ୟ୍ୟ ରହିଥିଲା । ଏହାସହିତ ଆମେ ବସ୍ତି ର ସମସ୍ତ ମହିଳା ମାନଙ୍କ ସହ ଋତୁସ୍ରାବ ସମୟରେ ଆମେ କିପରି ସ୍ୱଚ୍ଛତା ପରିବହନ କରିବା ସେ ଉପରେ ମଧ୍ୟ୍ୟ ଆମେ ଆଲୋଚନା କରିଥିଲୁ,ଯେପରିକି ପ୍ୟାଡ଼ କିମ୍ବା ଟାମ୍ପନ ଫିଙ୍ଗିବା ପାଇଁ ଶୌଚାଳୟ ରେ ଥିବା ଦୁଷ୍ଟବିନ ବ୍ୟବହାର କରିବା,କେତେ ସମୟ ର ବ୍ୟବଧାନରେ ପ୍ୟାଡ଼ ପରିବର୍ତ୍ତନ କରିବା, ଋତୁସ୍ରାବ ସମ୍ପର୍କିତ ଉତ୍ପାଦ କିପରି ସହଜରେ ପାଇପାରିବେ ସେ ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା ।