ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା କୁ ଯାଇଥିଲେ ଯନ୍ତ୍ରୀ; ଖାଇଲେ ଗୋଇଠା ଓ ବିଧା…!

add-all

ଭଦ୍ରକ : ସରକାରୀ ଗୁଣ୍ଡା ଙ୍କ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାମର ବିଲ୍‌ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ।ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ କନିଷ୍ଠ ଯନ୍ତ୍ରୀ। ଖାଇଲେ ଗୋଇଠା ବିଧା! ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗରରୁ। ଏନେଇ କନିଷ୍ଠ ଯନ୍ତ୍ରୀ ଥାନାରେ ଅଭିଯୋଗ କରିଛି। ସେପଟେ ଯନ୍ତ୍ରୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ, ଧାମନଗର ବ୍ଲକ୍‌ ଦୋବଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ଡାକିଥିଲେ ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୁରଜ। ଡାକରା ପାଇ ଶ୍ରୀ ମଲ୍ଲିକ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାରେ ଏକ କାମର ବିଲ୍‌ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ। ସେତେବେଳେ ସେଠାରେ ବିଧାୟକ ଉପସ୍ଥିତ ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି। ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକ ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯେଉଁମାନେ ମାଡ଼ ମାରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି।

ad-week
Leave A Reply

Your email address will not be published.