ସିଙ୍ଗାପୁରର ଦୁଇ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

add-all

ନୂଆଦିଲ୍ଲୀ : ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ମଜଭୂତ କରିବା ଉପରେ ଆଲୋଚନା କରିଛନ୍ତି।

ଏହି ଦୁଇ ପ୍ରମୁଖ ମନ୍ତ୍ରୀଙ୍କ ସହ ବୈଠକରେ ଶ୍ରୀ ପ୍ରଧାନ ଭାରତ ଓ ସିଙ୍ଗାପୁର ମଧ୍ୟରେ ଦକ୍ଷତା ବିକାଶ, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଥିଲେ ଏବଂ ବୈଠକ ଫଳପ୍ରଦ ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗୀଦାରିକୁ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଛି।
ସେହିପରି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ। ନିକଟରେ ଭୁବନେଶ୍ୱରରେ ଆୟୋଜିତ ଓ୍ୱାର୍କସପର ଫଳାଫଳକୁ ନେଇ ବିଚାରବିମର୍ଶ ହୋଇଥିଲା। ଭାରତର ଦକ୍ଷତା ପରିସଂସ୍ଥାନ ସାମ୍ନାରେ ଥିବା ଆହ୍ୱାନ ଏବଂ ପରିବର୍ତ୍ତନ ପାଇଁ ସିଙ୍ଗାପୁରର ଜ୍ଞାନ ଓ ଅଭିଜ୍ଞତାକୁ କିପରି ଭାରତ ବ୍ୟବହାର କରିପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ଶ୍ରୀ ପ୍ରଧାନ ସିଙ୍ଗାପୁରର ଏହି ଦୁଇ ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.