ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

add-all

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି lଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭିଜିଲାନ୍ସ ଜଜ ସମର ବିଳାସ ବେହେରା, ବରିଷ୍ଠ ଦେୱାନୀ ଏବଂ ସହକାରୀ ଦୌରା ଜଜ ବିଶ୍ୱ କଲ୍ୟାଣି ମିଶ୍ର, ଅତିରିକ୍ତ ଜିଲ୍ଲା ଦୌରା ଜଜ ସଞ୍ଜିତ କୁମାର ବେହେରା, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅନୁଶୀଳା ରାୟ,ଜେ ଏମ ଏଫ ସି ସୌମ୍ୟାଶ୍ରୀ ମହାପାତ୍ରଙ୍କ ସମେତ ଅନ୍ୟ ଜଜମାନେ ମଧ୍ୟ ଉପସ୍ଥିତ ଥିଲେ l
ଉକ୍ତ ସଭାକୁ ଫୁଲବାଣୀ ଓକିଲ ସଂଘର ସମ୍ପାଦକ କମଳ କୁମାର ବେହେରା ଓ ସଭାପତି ଭଗବାନ ମହାନ୍ତି ଉପସ୍ଥିତ ଥିବା ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହିତ ନୁତନ ଭାବରେ ଯୋଗ ଦେଇଥିବା ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର

ମହାନ୍ତି,ବଂଶୀଧରମହାପାତ୍ର,ଅସୀମ ପ୍ରହରାଜ,ଦେବବ୍ରତ ପ୍ରଧାନ,ସଂଘ ଉପସଭାପତି ବୀଣାପାଣି ପ୍ରଧାନ, ସହ ସମ୍ପାଦକ ରଂଜନ କୁମାର ଦାସ,ହରିଶ୍ଚନ୍ଦ୍ର ମହାରଣା, ଅଗସ୍ତି ଯାନୀ, ପ୍ରତାପ କୁମାର ବେହେରା, ଦୀପକ ମହାପାତ୍ର,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଵିରେନ୍ଦ୍ର ସୁବୁଦ୍ଧି,ଗୌରୀ ଶଙ୍କର ବେହେରା,କୁଞ୍ଜ ଶତପଥୀ, ଦୁର୍ଗା ଶଙ୍କର ପଟ୍ଟନାୟକ, ଜୟନ୍ତୀ ପାଣିଗ୍ରାହୀ,ନନ୍ଦିତା କୁମାରୀ,ନମିତା ସାହୁ, ସୁଶାନ୍ତ ପଟ୍ଟନାୟକ,ଅଜିତ କୁମାର ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ,ବିରୁପାକ୍ଷ ପଣ୍ଡା,ରାଜୀବ କୁମାର ପ୍ରଧାନଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.