ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଓ ସରକାରୀ ପଲିଟେକନିକ୍ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ତମାଖୁ ବର୍ଜନ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଶ୍ରୀ ସଚିନ ପଟେଲ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡ଼ା ସନ୍ଧ୍ୟାରାଣୀ ପଟ୍ଟନାୟକ, ଯୁବ ରେଡକ୍ରସ ସଚିବ, ରଞ୍ଜନ ସ୍ବାଇଁ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ, ଶ୍ରୀ ପ୍ରଭାସ କୁମାର ସେଠୀ, ନେହେରୁ ଯୁବ କେନ୍ଦ୍ର ଅଧିକାରୀ, ଶ୍ରୀ ହରିଶ ରୁପଲ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ମାଝୀ ତମାଖୁ ବର୍ଜନ ଦିବସ ପାଳନ କରିବାର ମହତ୍ତ୍ଵ ବିଷୟରେ ଆଲୋକପାତ କରି ଯୁବଗୋଷ୍ଠୀଙ୍କ ଉପରେ ଏହାର କୁପ୍ରଭାବ ବିଷୟରେ କହିଥିଲେ । ସେହିପରି ଡ଼ା ପଟ୍ଟନାୟକ ସ୍ଵାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ପୂର୍ବାହ୍ନରେ ପଲିଟେନିକ୍ ଅନୁଷ୍ଠାନରୁ ଛାତ୍ରଛାତ୍ରୀ ମାନଙ୍କର ଏକ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ତମାଖୁ ବର୍ଜନ ନିମନ୍ତେ ଶପଥ ପାଠ କରଯାଇଥିଲା। ଜିଲ୍ଲା ମହାମାରୀ ବିଶେଷଜ୍ଞ , ଡ଼ା ଦୁର୍ଗା ପ୍ରସାଦ ରାଜ ଏବଂ ଏ ଏମ ଏନ୍ ସି ଡ଼ି, ଶିବସୁନ୍ଦର ପାଣିଗ୍ରାହୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପରିଶେଷରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଲା ଶବର ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.