
ହିଞ୍ଜିଳିକାଟୁ (୩୧।୫) : ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ପଛରେ ଥିବା ତଳ ରେଗିଡିସାହି ଓ ବିଦ୍ୟୁତ ବିଭାଗ ଫ୍ୟୁଜ କାଲ କାର୍ଯ୍ୟାଳୟ ୱାଲ ନିକଟରେ ଥିବା ନଳକୂପଟି ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଭାଙ୍ଗି ରୁଜି ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ଏହି ନଳକୂପ ଉପରେ ସାହିର ପାଖାପାଖି ପଚାଶ ପରିବାର ନିର୍ଭର କରିଥାନ୍ତି । ନଳକୂପକୁ ମରାମତି କରିବା ପାଇଁ ଲୋକେ ହିଞିଳିକାଟୁ ପୌରପରିଷଦ ଠାରୁ ଆରମ୍ଭ କରି ଜନସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ମଚାରୀମାନେ ମରାମତି କରିବା ପରିବର୍ତ୍ତେ ଜନସ୍ବାସ୍ଥ୍ୟ କର୍ମକର୍ତ୍ତା ପର ଉପରେ ଦୋଷ ଦେଖାଇ ଚୁପ ହୋଇଯାଉଛନ୍ତି । ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତ।ପ୍ରକାଶ ଥାଉକି ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ପଛ ଭାଗରେ ଥିବା ପାହାଡ ପାଦ ଦେଶରେ ମିନି ପାର୍କ ନିର୍ମାଣ କରିଥିଲେ। ଉକ୍ତ ଅଞ୍ଚଳକୁ ଅଣ ଓସାରିଆ ରାସ୍ତା ରହିଥିବା ବେଳେ ଟ୍ରାକ୍ଟର ଗାଡି ଚଳାଚଳ ନିମନ୍ତେ ଵିଦ୍ୱୁତ ଵିଭାଗ ୱାଲ ଭାଙ୍ଗି ସରଞ୍ଜାମ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।ପରେ ଉକ୍ତ ୱାଲ ନିର୍ମାଣ ନ କରି ପୌରପାଳିକା ୱାଲ ନିର୍ମାଣ କରିବା ଭୁଲିଯାଇଥିବା ଅଭିଯୋଗ ହୋଇଛି। ଏହାର ଫାଇଦା ଉଠାଇ କିଛି ଖଳ ପ୍ରକୃତିର ଟ୍ରାକ୍ଟର ମାଲିକ ଉକ୍ତ ଅଞ୍ଚଳକୁ ଈଟା ବାଲି ନେଇ ସାହି ମୁହଁରେ ଥିବା ନଳକୂପ ଟି ଗାଡ଼ି ଧ୍ୟକ୍କାରେ ଭାଙ୍ଗି ଲୋଟି ପଡିଛି। ଯାହା ଫଳରେ ଅଚଳ ହୋଇପଡିଛି ନଳକୁପ ।ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି। ଖରା ଦିନ ଆରମ୍ଭରୁ ପାଣି ଟୋପାଏ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ରେଗିଡିସାହି ସାହିରେ ନଳକୂପ ଅଚଳ ହୋଇପଡିଥିଲାବେଳେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ଆସୁନି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରସାଶନିକ ଅଧିକାରୀଙ୍କ ନିଘା ନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ କୁ ଅଭିଯୋଗ କରିବାରୁ ଗାଡି ଭାଙ୍ଗିଲେ ଆମେ କିଛି କରିପାରିବୁ ନାହିଁ ବୋଲି ରୋକଠୋକ କହୂଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଘର ନିର୍ମାଣ କରୁଥିବା ମାଲିକଙ୍କୁ ଭୟରେ କହିପାରୁନାହାନ୍ତି କି ଅଧିକାରୀ ମାନଙ୍କ ନାଲି ଆଖି ଆଗରେ ଅଭିଯୋଗ କରିବାକୁ ଯାଇପାରୁ ନାହାଁନ୍ତି। ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଖରାଦିନ ରେ ଏହି ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ସାହିର ପ୍ରଫୁଲ୍ଲ ସାହୁ, ରାମ ପଟ୍ଟନାୟକ, ଅସୋକ ମହାନ୍ତି, ବିଦେଶୀ ପାତ୍ର, ଖଦାଳପାତ୍ର, ଶ୍ରୀକାନ୍ତ ଦାସ, କେଦାର ଆଚାରୀ,ସନ୍ତୋସିନି ପାଢି ପ୍ରମୁଖ ଦାବି କରିଛନ୍ତି ।