ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

add-all

ହିଞ୍ଜିଳିକାଟୁ (୩୧।୫) : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ପୌରହିତ୍ୟରେ ବିଦ୍ୟାଳୟ କର୍ମଚାରୀ ସଂଘର ମିଳିତ ସହଯୋଗରେ ମୁଖ୍ୟ କିରାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାର ପ୍ରଥମ ପର୍ଯ୍ୟାୟରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଯାଇଥିଲା ଏବଂ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଏଥିରେ ଶିକ୍ଷକ ଲାଲମୋହନ ସାହୁ ସଭା କାର୍ଯ୍ୟ ସଂଯୋଜନା କରିଥିଲେ। ଏହି ସଭାରେ ଶିକ୍ଷକ ବଟ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶ୍ରୀ ପଣ୍ଡା ଙ୍କ ବିଦ୍ୟାଳୟ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣ ସହ ଶ୍ରୀ ପଣ୍ଡା ଙ୍କ ବିଦ୍ୟାଳୟରେ କର୍ମକୁଶଳତାର ପରିଚ଼ୟ ପ୍ରଦାନ ପୂର୍ବକ ସମସ୍ତଙ୍କୁ ତାଙ୍କରି କର୍ମଠତାକୁ ଆବୋରି ନେବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ଶ୍ରୀ ପଣ୍ଡା କର୍ମମୟ ଜୀବନର ନିତ୍ସକ ଅନୁୁଭୂତି ସମସ୍ତଙ୍କୁ ବାଣ୍ଟିଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ପାଢ଼ୀ ଙ୍କ ଦ୍ବାରା ମୁଖ୍ୟ କିରାଣୀ ଶ୍ରୀ ମଧୁସୂଦନ ପଣ୍ଡାଙ୍କ ମାନପତ୍ର ପଠନ କରାଯାଇଥିଲା। ବିଦ୍ୟାଳୟ କର୍ମଚାରୀ ସଙ୍ଘ ତରଫରୁ ଶ୍ରୀ ପଣ୍ଡା ଙ୍କୁ ଉପଢୌକନ, ମାନପତ୍ର ତଥା ପାରିତୋଷିକ ସହ ସମ୍ମାନ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ ଶିକ୍ଷକ ବଟ ପଣ୍ଡା, ବୈକୁଣ୍ଠନାଥ ପାଠୀ, ଲାଲମୋହନ ସାହୁ, ରଶ୍ମିତା ଭୋଳ, ପ୍ରଶନ ଗୌଡ଼, ଦିପ୍ତିମୟୀ ପଟ୍ଟନାୟକ, ରଞ୍ଜିତା ପାଢି, ସୁମିତ୍ରା ବିଶ୍ବାଳ, ନିଳାନାୟକ, ବୃନ୍ଦାବନ ନାୟକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣଶିକ୍ଷକ କର୍ମଚାରୀ ଶ୍ରୀ ପଣ୍ଡା ଙ୍କ ପ୍ରତି ସ୍ନେହ ସଦ୍ଦିଚ୍ଛା ପୂର୍ବକ ଯୋଗଦାନରେ ସଭାଟି ସଫଳ ରୂପାୟନ ହୋଇପାରିଥିଲା। ପରିଶେଷରେ ହିଞ୍ଜିଳିକାଟୁ ପୌରପରିଷଦ ସିଆରସିସି ଅଖିଳ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.